fbpx

ରାଜ୍ୟରେ ବର୍ଷାକୁ ନେଇ ଏପରି କହିଲେ ଆଇଏମଡି ଡିଜି

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମୌସୁମୀ ଉଭାନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଓଡ଼ିଶାରେ ଏଯାଏ ମୋଟ ୩୩% ନିଅଣ୍ଟିଆ ବର୍ଷା ହୋଇଛି । କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫% ରହିଛି । ରାଜ୍ୟରେ ମୋଟ ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କେବଳ କୋରାପୁଟ, ମାଲକାନଗିରି, ନୂଆପଡ଼ା ଛାଡ଼ି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି । ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ଅଳ୍ପ ପରିମାଣରେ ବର୍ଷା ହୋଇପାରେ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ । ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ନାହିଁ । ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି ।

ଅଗଷ୍ଟ ମାସରେ ୪ରୁ ୫ ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏଥର ମାତ୍ର ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କମ୍ ଲଘୁଚାପ କ୍ଷେତ୍ର ପାଇଁ ନିଅଣ୍ଟିଆ ବର୍ଷା ହୋଇଛି । ଏହା ସହ ସେପ୍ଟେମ୍ବରରେ ବର୍ଷା ସମ୍ଭାବନା ନେଇ ଅଗଷ୍ଟ ୩୧ରେ କହିବୁ ବୋଲି ଆଇଏମଡି ଡିଜି କହିଛନ୍ତି ।

Get real time updates directly on you device, subscribe now.