fbpx

(Video) ଗାଁରେ ପ୍ରଥମ ଥର ପହଞ୍ଚିଲା ମୋବାଇଲ ନେଟୱାର୍କ: ଗ୍ରାମବାସୀଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ହିମାଚଳର ସ୍ପୀତି କ୍ଷେତ୍ରର ଗିଉ ଗାଁରେ ପ୍ରଥମ ଥର ମୋବାଇଲ ନେଟୱାର୍କ ସହଞ୍ଚିଥିଲା । ନେଟୱାର୍କ ପହଞ୍ଚିବା ପୂର୍ବରୁ ଗ୍ରାମାବାସୀଙ୍କୁ ପାଖାପାଖି ୮ କିମି ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା । ଗାଁକୁ ମୋବାଇଲ ନେଟୱାର୍କ ଆସିବା ପରେ ଗିଓ ବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଧାଇ ଜଣାଇଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ଫୋନରେ କଥା ହୋଇ ମୋବାଇଲ ସଂଯୋଗ ପୂର୍ବର କଠିନ ପରିସ୍ଥିତି ବିଷୟରେ ପ୍ରଶ୍ନ କରିଥିଲେ । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।

ହିମାଚଳ ପ୍ରଦେଶର ସ୍ପୀତି କ୍ଷେତ୍ରର ଗିଉ ଗାଁରେ ସମୁଦ୍ର ସ୍ଥଳଠାରୁ ୧୪,୯୩୧ ଫୁଟ ଉଚ୍ଚରେ ଆଜି ପ୍ରଥମ ଥର ମୋବାଇଲ ନେଟୱାର୍କ ପହଞ୍ଚିଛି । ନେଟୱାର୍କ ସ୍ଥାପନ ହେବା ପରେ ପ୍ରଧାନମନ୍ତ୍ରୀ ଗିଓ ଗ୍ରାମବାସୀଙ୍କ ସହିତ ଫୋନରେ କଥା ହୋଇଥିଲେ । ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ପୂର୍ବ କଥା ପଚାରିଥିଲେ । ସେହି ଅଞ୍ଚଳରେ ତାପମାତ୍ରା କିପରି ରହିଛି, କେଉଁ କେଉଁ ସମସ୍ୟା ଦେଇ ସେମାନେ ଗତି କରୁଥିଲେ ସେନେଇ ମୋଦୀ ପ୍ରଶ୍ନ କରିଥିଲେ । ଗ୍ରାମବାସୀମାନେ ମଧ୍ୟ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ଗିଉ ଗ୍ରାମରେ ମୋବାଇଲ ନେଟୱାର୍କ ପହଞ୍ଚିବା ପରେ ଭାଜପା ଟିକେଟରେ ମଣ୍ଡୀରୁ ନିର୍ବାଚନ ଲଢ଼ୁଥିବା କଙ୍ଗନା ରଣାୱତ ଏକ୍ସ’ରେ ଏକ ଭିଡିଓ ଶେୟାର କରିଥିଲେ ।

Get real time updates directly on you device, subscribe now.