fbpx

ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ, ବାରମ୍ବାର ରୂପ ବଦଳାଇ ଫେରୁଛି କରୋନା ମହାମାରୀ

ବାରମ୍ବାର ରୂପ ବଦଳାଇ ସାମ୍ନାକୁ ଆସୁଛି କରୋନା ଭାଇରସ । ବୈଶ୍ୱିକ ମହାମାରୀ ବିଭିନ୍ନ ଦେଶକୁ ସମୟ ସମୟରେ କବଳିତ କରି ରଖୁଛି । ତେଣୁ ଲୋକେ କରୋନା ମହାମାରୀ ପ୍ରତି ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁରୂପୀ କରୋନା କେଉଁ ସମୟରେ ସାମ୍ନାକୁ ଆସିଯିବ ତାହା କାହାକୁ ଜଣା ନାହିଁ । ଏଥି ପାଇଁ ସତର୍କ ରହିବା ଜରୁରୀ । ସରକାର ଏପର୍ଯ୍ୟନ୍ତ ୧୮୫ କୋଟି ଡୋଜ୍ ଟିକାକରଣ କରିସାରିଲେଣି । ଯାହା ସାଧାରଣ ଲୋକଙ୍କ ସହଯୋଗରେ ହୋଇପାରିଛି ।

ଗୁଜୁରାଟର ଜୁନାଗଡ଼ରେ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ କରୋନା ଏକ ସଙ୍କଟ ଥିଲା । ଏହା ସମାପ୍ତ ହୋଇଯାଇଛି ବୋଲି ଆଦୌ କୁହାଯାଇ ପାରିବ ନାହିଁ । କିଛି ସମୟ ପାଇଁ ଏହାର ପ୍ରଭାବ କମ୍ ହୋଇଯାଇଛି, କିନ୍ତୁ ଏହା କୁହାଯାଇ ପାରିବ ନାହିଁ ଯେ ଏହା ପୁଣି କେବେ ଫେରିବ ।

କରୋନାକୁ ହରାଇବା ପାଇଁ ଭାରତରେ ଏପର୍ଯ୍ୟନ୍ତ ପ୍ରାୟ ୧୮୫ କୋଟି ଟିକା ଦିଆଯାଇ ସାରିଲାଣି । ଯାହା ବିଶ୍ୱକୁ ଆଚମ୍ବିତ କରି ଦେଇଛି । ଯାହା ଲୋକମାନଙ୍କର ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି । ଏହି ସମୟରେ ସେ କହିଥିଲେ ଯେ ଧରିତ୍ରୀ ମା କୁ ବଞ୍ଚାଇବାକୁ ପଡ଼ିବ । ଏଥି ପାଇଁ ଗୁଜୁରାଟର ସମସ୍ତ ଗାଁର ଚାଷୀ ପ୍ରାକୃତିକ ଉପାୟରେ ଚାଷ କରିବା ପାଇଁ ଆଗକୁ ଆସିବା ଉଚିତ୍ ।

Get real time updates directly on you device, subscribe now.