fbpx

କ୍ଷୁଦ୍ର ନିବେଶକଙ୍କ ପାଇଁ ଖୁସି ଖବର; ଏହି ତାରିଖରେ ମୋଦୀ ଲଞ୍ଚ କରିବେ RDS

ସରକାରୀ ସିକ୍ୟୁରିଟି ମାର୍କେଟରେ ଖୁଚୁରା ନିବେଶକଙ୍କ ଭାଗୀଦାରୀ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୧୨ ନଭେମ୍ବରରେ ଆରବିଆଇ ରିଟେଲ ଡାଇରେକ୍ଟ ସ୍କିମ(ଆରଡିଏସ) ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଅନୁଯାୟୀ ଖୁଚୁରା ନିବେଶକ ଆରବିଆଇରେ ବିନା କୌଣସି ଶୁଳ୍କରେ ନିଜର ସରକାରୀ ସିକ୍ୟୁରିଟି ଆକାଉଣ୍ଟ ଖୋଲିପାରିବେ ।

ଚଳିତ ବର୍ଷ ଫେବୃଆରୀରେ ଆରବିଆଇ ରିଟେଲ ଡାଇରେକ୍ଟ ସୁବିଧାର ଘୋଷଣା କରିଥିଲା । ଏହା ଅନୁଯାୟୀ ଖୁଚୁରା ନିବେଶକ ସରକାରୀ ସିକ୍ୟୁରିଟି ମାର୍କେଟରେ ଅନଲାଇନ ନିବେଶ କରିପାରିବେ । ଏହି ନିବେଶ ପ୍ରାଥମିକ ଏବଂ ଦ୍ୱିତୀୟକ ଉଭୟ ବଜାରରେ ହୋଇପାରିବ । ଆରବିଆଇ ଆହୁରି ମଧ୍ୟ କହିଥିଲା ଯେ ଏହି ଟ୍ରେଡିଙ୍ଗ ପ୍ଲାଟଫର୍ମ ଦ୍ୱାରା ଖୁଚୁରା ନିବେଶକ ପ୍ରାଇମେରୀ ଅକ୍ସନରେ ଭାଗ ନେବା ସହ ନେଗୋସିଏଟେଡ ଡିଲିଙ୍ଗ ସିଷ୍ଟମ ଅର୍ଡର ମ୍ୟାଚିଙ୍ଗ(ଏନଡିଏସ-ଓଏମ)ରେ ମଧ୍ୟ ନିବେଶ କରିପାରିବେ ।

ସୂଚନାଯୋଗ୍ୟ, ଆରବିଆଇ ରିଟେଲ ଡାଇରେକ୍ଟ ସରକାରୀ ସିକ୍ୟୁରିଟିରେ ନିବେଶ କରିବା ପାଇଁ ଏକ ୱାନ-ଷ୍ଟପ ସଲ୍ୟୁସନ । ଯାହାଦ୍ୱାରା ରିଟେଲ ନିବେଶକ ଆରବିଆଇରେ ରିଟେଲ ଡାଇରେକ୍ଟ ଗିଲ୍ଟ ଆକାଉଣ୍ଟ ଖୋଲି ପାରିବେ ।

Get real time updates directly on you device, subscribe now.