fbpx

ଆସନ୍ତାକାଲି ଠାରୁ ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେବ UPI ଟ୍ରାଞ୍ଜାକ୍ସନ, PM ମୋଦୀ କରିବେ ଲଞ୍ଚ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଶ୍ରୀଲଙ୍କା ଏବଂ ମରିସସ୍ ପାଇଁ UPI ସେବା ଆରମ୍ଭ କରିବେ। ଏଥି ସହ, ଏହି ଦୁଇ ଦେଶରେ UPI ଏବଂ RuPay Connectivity ମଧ୍ୟ ଉପଲବ୍ଧ ହେବ। UPI କୁ ବିଶ୍ୱବ୍ୟାପୀ କରିବା ଦିଗରେ ଏହା ଏକ ବଡ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ସେବାଗୁଡିକ ଦିନ ୧ଟାରୁ ଆରମ୍ଭ କରିବେ। ଏହି ଦୁଇ ଦେଶରେ ଭାରତୀୟ ପର୍ଯ୍ୟଟକଙ୍କୁ ଏହା ବହୁତ ସୁବିଧା ଯୋଗାଇବ। ନିକଟରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅବସ୍ଥିତ ଆଇଫେଲ ଟାୱାରରେ ମଧ୍ୟ ୟୁପିଆଇ ସେବା ଆରମ୍ଭ ହୋଇଥିଲା। ଫ୍ରାନ୍ସ ଏହି ସେବାକୁ ଧୀରେ ଧୀରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବାକୁ ଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲଞ୍ଚ ପରେ ୟୁପିଆଇ ସେବା ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେବ। ଏହି ସେବା ମାଧ୍ୟମରେ ଏହି ଦୁଇ ଦେଶ ପରିଦର୍ଶନ କରୁଥିବା ଭାରତୀୟ ପର୍ଯ୍ୟଟକ ଏବଂ ଭାରତ ପରିଦର୍ଶନ କରୁଥିବା ମରିସସ୍ ନାଗରିକମାନେ ମଧ୍ୟ ଉପକୃତ ହେବେ। ମରିସସ୍ ପାଇଁ RuPay Connectivity ମଧ୍ୟ ଆରମ୍ଭ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆରବିଆଇ ଲେଖିଛି ଏହାର ଲାଇଭ୍ ଟେଲିକାଷ୍ଟ ଆରବିଆଇର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିପାରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ ହେବା ପରେ ରୁପେ କାର୍ଡ ଭାରତ ତଥା ମରିସସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଦେଶରେ ଡିଜିଟାଲ ଭିତ୍ତିଭୂମି ଦୃଢ ହୋଇଛି। ଏହି UPI ସେବାକୁ ସହଯୋଗୀ ଦେଶକୁ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚେଷ୍ଟା କରୁଛନ୍ତି। ଶ୍ରୀଲଙ୍କା ଏବଂ ମରିସସ୍ ସହିତ ଭାରତର ସାଂସ୍କୃତିକ ଏବଂ ସାମାଜିକ ସମ୍ପର୍କ ରହିଛି। ଏହା ହେବା ଦ୍ୱାରା ଏହି ଦେଶଗୁଡ଼ିକ ସହିତ ଭାରତର ଡିଜିଟାଲ ସଂଯୋଗ ମଧ୍ୟ ବୃଦ୍ଧି ପାଇବ।

Get real time updates directly on you device, subscribe now.