fbpx
BSKY SKY
BSKY SKY

ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁମାନ, ଅର୍ଥନୀତି କ୍ଷେତ୍ରରେ ଏହି ୨ ବଡଦେଶକୁ ଟପିଯିବ ଭାରତ

BSKY

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାବୀ ସତ ହେବାକୁ ଯାଉଛି । ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୫,୦୦୦ ଅରବ ଡଲାରରେ ପହଞ୍ଚିଯିବ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗଢିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୬ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ସବୁଠାରୁ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯିବ ଓ ଏହାର ଜିଡିପି ଏହି ବର୍ଷ ୫୦୦୦ ଆମେରିକୀୟ ଡଲାରରେ ପହଞ୍ଚିଯିବ । ସେ କହିଛନ୍ତି ଏହି ସ୍ଥିତିରେ ଗତି କରି ୨୦୨୭ରେ ଭାରତର ଅର୍ଥବ୍ୟବସ୍ଥା ୫,୫୦୦ଡଲାରରୁ ଅଧିକ ହେବ ।

ଅଷ୍ଟାଦଶ ଚିନ୍ତାମନ ଦ୍ୱାରକାନାଥ ଦେଶମୁଖ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ନିଜର ମତ ରଖି ପନଗଢିଆ କହିଛନ୍ତି ଜର୍ମାନୀ ଓ ଜାପାନର ଜିଡିପି ଆଗାମୀ ୩ ବର୍ଷରେ ଏହି ୫୦୦୦ ଅରବ ଡଲାର ସ୍ତରକୁ ପାର କରିବ । ସେ କହିଛନ୍ତି ଜାପାନକୁ ୨୦୨୭ରେ ୫୦୩୦ ଅରବ ଆମେରିକୀୟ ଡଲାରରେ ପହଞ୍ଚିବାକୁ ୩.୫% ହାରରେ ଆଗକୁ ବଢିବାକୁ ହେବ । ସେହିପରି ଜର୍ମାନୀ ୪% ହାରରେ ଅଭିବୃଦ୍ଧି କଲେ ୨୦୨୬ରେ ୪,୯୦୦ ଅରବ ଡଲାରରେ ଓ ୨୦୨୭ରେ ୫,୧୦୦ ଅରବ ଡଲାର ଅର୍ଥନୀତିରେ ପହଞ୍ଚିବ । ଏହି ଅନୁମାନ ଅନୁଯାୟୀ ଭାରତୀୟ ଜିଡିପି କେତେ ଶୀଘ୍ର ଏହି ଦୁଇ ଦେଶର ଜିଡିପିକୁ ଟପିଯିବ ତାହା ସ୍ପଷ୍ଟ ହୋଇଯାଉଛି ।

ଭାରତର ଅର୍ଥନୀତି ଏବେ ବାର୍ଷିକ ହାରାହାରି ୧୦.୨୨% ଡଲାର ମୂଲ୍ୟରେ ଆଗକୁ ଆଗଉଛି । ଏହି ହାରରେ ଭାରତର ଜିଡିପି ୨୦୨୬ରେ ୫,୦୦୦ ଅରବ ଆମେରିକୀୟ ଡଲାର ଓ ୨୦୨୭ରେ ୫,୫୦୦ଅରବ ଆମେରିକୀୟ ଡଲାରରେ ପହଞ୍ଚିଯିବ । ଏହି କ୍ରମରେ ୨୦୨୬ ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ପାଲଟିଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ସିଡି ଦେଶମୁଖ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଭାରତୀୟ ଗଭର୍ଣ୍ଣର ଥିଲେ । ସେ ୧୯୪୩ରୁ ୧୯୪୯ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ ।

Get real time updates directly on you device, subscribe now.