fbpx

ECHS ସେଲ ଭୁବନେଶ୍ୱର ପକ୍ଷରୁ ୨ଟି ବିଜ୍ଞପ୍ତି: DEO, କିରାଣୀ, ଫର୍ମାସିଷ୍ଟ ସମେତ ୨୪ ପ୍ରକାର ପଦରେ ଦିଆଯିବ ନିଯୁକ୍ତି

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏକ୍ସ-ସର୍ଭିସମେନ ଯୋଗଦାନ ସ୍ୱାସ୍ଥ୍ୟ ଯୋଜନା (ଇସିଏଚଏସ) ସେଲ ଭୁବନେଶ୍ୱର ପକ୍ଷରୁ ଅନେକ ପଦରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଏହି ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ମେଡିକାଲ ଅଫିସର, ଡେଣ୍ଟାଲ ଅଫିସର, ନର୍ସିଂ ଆସିଷ୍ଟାଣ୍ଟ, ଲାବ ଟେକ୍ନିସିଆନ, ଡେଣ୍ଟାଲ ଆସିଷ୍ଟାଣ୍ଟ / ଟେକ୍ନିସିଆନ, ଡ୍ରାଇଭର, ମହିଳା ଆଟେଣ୍ଡାଣ୍ଟ, ଚୌକିଦାର ଓ ସଫା କର୍ମଚାରୀ ପଦରେ ନିଯୁକ୍ତି ଦିଆଯିବ । ଏହି ସମସ୍ତ ପଦ ପାଇଁ ଆସନ୍ତା ୨୪ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ ।

ସେହିପରି ଇସିଏଚଏସ ପକ୍ଷରୁ ଆଉ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ମେଡିକାଲ ଅଫିସର, ଲାବ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କିରାଣୀ, ଚୌକିଦାର, ମହିଳା ଆଟେଣ୍ଡାଣ୍ଟ, ଫିଜିଓଥେରାପିଷ୍ଟ ସମେତ ୧୪ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା, ପଦ ସଂଖ୍ୟା ଓ ଦରମା ହାର ଅଲଗା ଅଲଗା ରହିଛି ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ଏହାପରେ ଆପ୍ଲିକେସନ ଫର୍ମ ପୂରଣ କରି ନିଜର ସମସ୍ତ ଡକ୍ୟୁମେଣ୍ଟର ଜେରକ୍ସ କପିକୁ ପ୍ରଦତ୍ତ ଠିକଣାରେ ପଠାଇ ପାରିବେ । ଡିସେମ୍ବର ୧୯ ହେଉଛି ଆବେଦନର ଅନ୍ତିମ ତାରିଖ । ନିଯୁକ୍ତିର ପରବର୍ତ୍ତୀ ପ୍ରକ୍ରିୟାର ତାରିଖ, ସମୟ ଓ ଇଣ୍ଟରଭ୍ୟୁର ଭେନ୍ୟୁ ବାବଦରେ ପ୍ରାର୍ଥୀଙ୍କୁ ପରେ ସୂଚିତ କରାଯିବ ।

ନୋଟିଫିକେସନ ଲିଙ୍କ-୧: https://www.echs.gov.in/assets/advertisement/RC%20bhuaneshver%20chilka.pdf

ନୋଟିଫିକେସନ ଲିଙ୍କ-୨: https://www.echs.gov.in/assets/advertisement/ECHS%20RC%20Bhubaneswar.pdf

Get real time updates directly on you device, subscribe now.