fbpx
BSKY
BJD MS SKY
BJD YOUTH SKY

ଆରାଧ୍ୟାଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଲାଡ଼ଲୀ ଆରାଧ୍ୟା ଲୋକପ୍ରିୟ କିଡ୍ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଅଧିକାଂଶ ସମୟ ମା-ଝିଅଙ୍କୁ ପବ୍ଲିକ୍ ଇଭେଣ୍ଟ ଏବଂ ଏୟାରପୋର୍ଟରେ ଦେଖିବାକୁ ମିଳିଥାଏ । ଦୁହେଁ ବିଭିନ୍ନ ସୋସିଆଲ ମିଡ଼ିଆରେ ଆକ୍ଟିଭ ମଧ୍ୟ । ପ୍ରାୟ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କୁ ଟ୍ୟୁନିଂ ଲୁକରେ ନଜର ଆସନ୍ତି । ଏଥିପାଇଁ ସେମାନେ ଅନେକ ଟ୍ରୋଲିଂର ଶିକାର ମଧ୍ୟ ହୋଇଛନ୍ତି । ନିକଟରେ ଆରାଧ୍ୟା ସ୍କୁଲ ଉତ୍ସବରେ ଅଂଶଗ୍ରହଣ କରିଥିଲେ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା । ଆରାଧ୍ୟାଙ୍କ ଆତ୍ମବିଶ୍ୱାସ ଓ ନୂଆ ଲୁକ୍ ସମସ୍ତଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି । ବର୍ତ୍ତମାନ ତାଙ୍କର ସ୍କୁଲ ଉତ୍ସବର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

A post shared by Six Sigma Films (@sixsigmafilms)

ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଅଧ୍ୟୟନ କରନ୍ତି ଆରାଧ୍ୟା । ସ୍କୁଲର ବାର୍ଷିକ ଉତ୍ସବରେ ସେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଆରାଧ୍ୟାଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଥିଲା । ତାଙ୍କ ଦମଦାର ପ୍ରଦର୍ଶନ ସମସ୍ତଙ୍କ ମନ କିଣିଥିଲା । କିଛି ସୋସିଆଲ ମିଡ଼ିଆ ୟୁଜର୍ସ କମେଣ୍ଟ କରିଥଇଲେ, ‘ଶେଷରେ ଆରାଧ୍ୟାଙ୍କ ମଥା ଦେଖିବାକୁ ମିଳିଲା’, ‘ଆରାଧ୍ୟାଙ୍କ ହେୟାର ଷ୍ଟାଇଲକୁ ଆୱାର୍ଡ଼ ଦିଆଯାଉ’ ଇତ୍ୟାଦି । କହିରଖୁଛୁ ନିକଟରେ ଐଶ୍ୱର୍ଯ୍ୟା ଓ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦର ଗୁଜବକୁ ପଛରେ ପକାଇ ଝିଅର ସ୍କୁଲ ଉତ୍ସବରେ ଯୋଗ ଦେଇଥିଲେ ।

 

Get real time updates directly on you device, subscribe now.