fbpx

୬ ବର୍ଷର ବାଳକ ଶିକ୍ଷକଙ୍କୁ ଚଳାଇଲା ଗୁଳି: ଲାଳନ ପାଳନରେ ଅବହେଳା କାରଣରୁ ମା’ଙ୍କୁ ହେଲା ଜେଲ ଦଣ୍ଡ

ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ମଧ୍ୟରେ ସମ୍ପର୍କ ବେଶ ଭିନ୍ନ ଏବଂ ସ୍ୱତନ୍ତ୍ର । କିନ୍ତୁ ଆମେରିକାର ଭର୍ଗିନିଆରେ ଦେଖିବାକୁ ମିଳିଛି ବିଲକୁଲ ଓଲଟା ଦୃଶ୍ୟ । ଏଠାରେ ଏକ ୬ ବର୍ଷର ବାଳକ ନିଜ ଶିକ୍ଷକଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ବାଳକର ମା’ଙ୍କୁ ନିଜ ଦୟିତ୍ୱରେ ଅବହେଳା ଅଭିଯୋଗରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମହିଳାଙ୍କ ନାମ ଦେଜା ଟେଲର ବୋଲି ସୂଚନା ମିଳିଛି । ତେବେ ତାଙ୍କ ପୁଅ ତାଙ୍କର ଶର୍ଟ ଗନ ଦ୍ୱାରା ଶିକ୍ଷକଙ୍କୁ ଗୁଳି କରିଥିଲେ। ‘ନିଉପୋର୍ଟ ନ୍ୟୁଜ୍’ ରିପୋର୍ଟ କରିଛି ଯେ ଦେଶକୁ ଚକିତ କରିଥିବା ଏହି ଘଟଣାରେ ଟେଲରଙ୍କୁ ଦ୍ୱିତୀୟ ଥର ପାଇଁ ଦଣ୍ଡ ବିଧାନ କରାଯାଇଛି।

ରାଜ୍ୟ ସରକାରଙ୍କ ମାମଲାରେ ଶୁକ୍ରବାର ଦିନ ସର୍କିଟ ଅଦାଲତରେ ବିଚାରପତି କ୍ରିଷ୍ଟୋଫର ପେପିଲଙ୍କ ଦ୍ୱାରା ଟେଲରଙ୍କୁ ଦିଆଯାଇଥିବା ଦଣ୍ଡ ନିର୍ଦ୍ଦେଶନାମାଠାରୁ ମଧ୍ୟ କଠୋର ରହିଛି। ଟେଲରଙ୍କ ଓକିଲ ୬ ମାସର ଦଣ୍ଡ ପାଇଁ ସୁପାରିଶ କରିଥିଲେ ମଧ୍ୟ କୋର୍ଟ ଅଧିକ ଦଣ୍ଡାଦେଶ ଶୁଣାଇଛନ୍ତି।

ଟେଲରଙ୍କ ପୁଅ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ସେ ତାଙ୍କ ମା’ଙ୍କ ପର୍ସରେ ଥିବା ୯ମିମି ବନ୍ଧୁକକୁ ନିଜ ବ୍ୟାଗରେ ଲୁଚାଇ ସ୍କୁଲକୁ ନେଇ ଯାଇଥିଲା । ପ୍ରଥମ ଶ୍ରେଣୀ ଶିକ୍ଷକ ଏ. ବି. ଜେନରଙ୍କୁ ଗୁଳି କରି ଗୁରୁତର ଆହତ କରିଥିଲେ।

ତେବେ ଏହି ଘଟଣା ପରେ ନଭେମ୍ବର ମାସରେ ବନ୍ଧୁକ ଧରି କାନାବି ବ୍ୟବହାର କରିଥିବାରୁ ଟେଲରଙ୍କୁ ଏକ ସଂଘୀୟ ମାମଲାରେ ୨୧ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ପାଖରେ ବନ୍ଧୁକ ରଖିବା ଦ୍ୱାରା ଆମେରିକାର ନିୟମର ଉଲ୍ଲଂଘନ କରିଥିବା କାରଣରୁ ରାଜ୍ୟ ମାମଲା ଏବଂ ଫେଡେରାଲ ମାମଲାରେ ଟେଲରଙ୍କୁ ମୋଟ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Get real time updates directly on you device, subscribe now.