fbpx
BSKY SKY
BSKY SKY

ଘୂର୍ଣ୍ଣିବଳୟ ପରେ ଗଛରୁ ଜୀବିତ ଉଦ୍ଧାର ହେଲା ୪ ମାସର ଶିଶୁ

BSKY

କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଇଶ୍ୱରଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼େ ବଡ଼ ବିପଦ ବି ପାଖ ମାଡ଼ିନଥାଏ । ଏପରି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ । ବବିସି ରିପୋର୍ଟ ଅନୁଯାୟୀ ଶନିବାର ଏକ ଭୟଙ୍କର ଘୂର୍ଣ୍ଣିବଳୟର ସାମ୍ନା କରିଥିଲେ ଜଣେ ଦମ୍ପତ୍ତି । ୨୨ ବର୍ଷୀୟ ସିଡ଼ନୀ ମୁର(ମାତା)ଙ୍କ କହିବାନୁଯାୟୀ ଏହି ଘୂର୍ଣ୍ଣିବଳୟ ଏତେ ତୀବ୍ର ଥିଲୋ ଯେ ତାଙ୍କ ଘର ଛାତ ଉଡ଼ାଇ ନେଇଥିଲା । ଏହା ସହ ଝୁଲାରେ ଶୋଇଥିବା ୪ ମାସର ଶିଶୁକୁ ବି ଉଡ଼ାଇନେଇଥିଲା । ଘରର କାନ୍ଥ ପଡ଼ିବା ସମୟରେ ସେ ତାଙ୍କ ବଡ଼ ପୁଅ(ପ୍ରିନ୍ସଟନ୍‌)କୁ ହାତ ଧରି ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ପୁଅକୁ ବଞ୍ଚାଇବା ପାଇଁ ବାପା ଘର ବାହାରକୁ ଦୌଡ଼ିଯାଇଥିଲେ । କିନ୍ତୁ ଏହି ଘୂର୍ଣ୍ଣିବଳୟରେ ଫସି ଯାଇଥିଲେ । ତାଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ଝୁଲାରେ ଥିବା ପୁଅକୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ଘୂର୍ଣ୍ଣିବଳୟ ପ୍ରଭାବ ଶେଷ ହେବା ପରେ ଦମ୍ପତ୍ତି ଶିଶୁକୁ ଖୋଜାଖୋଜି କରିଥିଲେ ।

‘ପ୍ରଥମେ ଭାବିଲୁ ଯେ ସେ ଆଉ ଜୀବିତ ନଥିବ ଆମେ ତାକୁ ଖୋଜିପାରିବୁନି । କିନ୍ତୁ ପ୍ରାୟ ୧୦ ମିନିଟ ପରେ ପିଲାଟିକୁ ଏକ ଉପୁଡ଼ିଯାଇଥିବା ଗଛ ପାଖରେ ଦେଖିବାକୁ ପାଇଥିଲୁ । ଏହା ପରେ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରାଯାଇଥିଲା’ ବୋଲି ସିଡ଼ନୀ ମୁର କହିଥିଲେ । ଏହି ଘୂର୍ଣ୍ଣିବଳୟକୁ ନେଇ ସମସ୍ତେ ବହୁତ ଆତଙ୍କିତ ଅବସ୍ଥାରେ ଥିଲେ । ତେବେ ଏହି ଶିଶୁକୁ ଛାଡ଼ି ଦେଲେ ପରିବାରର ଅନ୍ୟମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା ।

Get real time updates directly on you device, subscribe now.