fbpx

ଲୋକସଭାରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ, କହିଲେ-‘ଆପଣଙ୍କ ରାସ୍ତାରେ ଚାଲିଥିଲେ ହଟିନଥାନ୍ତା ୩୭୦’

ନୂଆଦିଲ୍ଲୀ,୬ ।୨: ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ପ୍ରସଙ୍ଗରେ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସହ ଯୁକ୍ତିତର୍କ ପରେ ମୋଦୀ କହିଛନ୍ତି ଯେ, ଆପଣଙ୍କ ପାଇଁ ଗାନ୍ଧୀଜୀ ଟ୍ରେଲର ହୋଇପାରନ୍ତି, କିନ୍ତୁ ଆମ ପାଇଁ ଜୀବନ । ଲୋକେ ସରକାର ବଦଳାଇଛନ୍ତି, ସରକାର ବଦଳନ୍ତୁ ବୋଲି ଚାହୁଁଛନ୍ତି । ଦେଶର ବିକାଶ ଦ୍ରୁତ ଗତିରେ ଚାଲୁଛି । ଦ୍ରୁତ ଗତିରେ କାମ ଯୋଗୁଁ ୧୩ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ମିଳିଛି ।’

ଏହା ସହ କଂଗେସକୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ, କଂଗ୍ରେସ ରାସ୍ତାରେ ଚାଲିଥିଲେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇନଥାନ୍ତା । ମୁସଲମାନ ମହିଳାଙ୍କୁ ତିନି ତଲାକରୁ ନିସ୍ତାର ମିଳି ନଥାନ୍ତା । ରାମ ଜନ୍ମଭୂମି ବି ଆପଣଙ୍କ ପାଇଁ ହୋଇପାରିନଥାନ୍ତା । ବାଂଲାଦେଶରେ ସୀମା ବିବାଦ ମଧ୍ୟରେ ବୁଝାମଣା ହୋଇ ନଥାନ୍ତା । ୩୫ ବର୍ଷ ପରେ ବି ଦେଶରେ ଲଢୁଆ ବିମାନ ପ୍ରସ୍ତୁତ ହୋଇ ନଥାନ୍ତା । ସେହିପରି କରତାପୁର ସାହିବ କରିଡୋର ମଧ୍ୟ ହୋଇପାରିନଥାନ୍ତା ।’

Get real time updates directly on you device, subscribe now.