fbpx

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିବସ: ଓଡ଼ିଆ କଳାକାର ଧୂଆଁରେ ଆଙ୍କିଲେ PMଙ୍କ ଫଟୋଚିତ୍ର

କଟକ: ଆଜି ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହାରି ମଧ୍ୟରେ କଟକର ସ୍ମୋକ କଳାକାର ଦୀପକ ବିଶ୍ୱାଳ ନିଆଁ ଲଗାଇ ସେହି ଧୂଆଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଆଙ୍କିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଆଙ୍କିବା ସହ, ସେହି ଫଟୋ ପୃଷ୍ଠଭୂମିରେ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିରରୁ ଏକ ଚକ୍ରକୁ ଆଙ୍କିଛନ୍ତି । ଓଡ଼ିଶାର ଏହି ଚମତ୍କାର ଐତିହକୁ ସେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ ପ୍ରଦର୍ଶିତ କରିଛନ୍ତି ।

ଭାରତର ଜି-୨୦ ଶିଖର ସମ୍ମିଳନୀ ଅୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ଅନେକ ନେତାଙ୍କ ପାଇଁ ରାଷ୍ଟ୍ରପତି ରାଜକୀୟ ରାତ୍ରୀ ଭୋଜନର ଆୟୋଜନ କରିଥିଲେ । ତେବେ ଭାରତୀୟ ମଣ୍ଡପମରେ କୋଣାର୍କ ଚକ୍ରକୁ ପ୍ରଧାନମନ୍ତ୍ରୀ ପୃଷ୍ଠଭୂମି ଭାବରେ ବ୍ୟବହୃତ କରିଥିଲେ ଏବଂ ବିଦେଶରୁ ଆସିଥିବା ନେତାଙ୍କୁ କୋଣାର୍କ ଚକ୍ରକୁ ଦେଖାଇ ବୁଝାଉଥିଲେ ।

ଏଏନଆଇକୁ ଦୀପକ ବିଶ୍ୱାଳ କହିଛନ୍ତି ଯେ, ମୁଁ ସ୍ମୋକ ଆର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଆଙ୍କି ତାଙ୍କୁ ୭୫ତମ ଜନ୍ମ ବାର୍ଷିକୀର ଶୁଭେଚ୍ଛା ଜଣାଇଛି । ଏଥିରେ ମୁଁ କୋଣାର୍କ ଚକ୍ରକୁ ପ୍ରଦର୍ଶିତ କରିଛି ଯାହା ଆମ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ପ୍ରତିଫଳିତ କରୁଛି । ଯେହେତୁ ଆମେ ଜାଣିଛୁ ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ ପୃଷ୍ଠଭୂମି ଭାବରେ ବ୍ୟବହାର କରି ବିଶ୍ୱ ନେତାଙ୍କୁ ସ୍ୱାଗତ କରିଥିଲେ, ତେଣୁ ଏହା ଆମ ଲାଗି ଗର୍ବର ବିଷୟ ।

Get real time updates directly on you device, subscribe now.