fbpx

‘ପାପ ଉପରେ ପୁଣ୍ୟର ବିଜୟ’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଲେ ଦଶହରାର ଶୁଭେଚ୍ଛା

Advertisement

ନୂଆଦିଲ୍ଲୀ: ଦେଶରେ ଆଜି ବିୟୟାଦଶମୀର ପର୍ବ ଖୁବ ଧୁମଧାମର ସହ ପାଳିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦଶହରରା ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ଏବଂ ମୋର ପରିବାରଜନଙ୍କୁ ବିଜୟାଦଶମୀର ହାର୍ଦ୍ଦିକ ଶୁଭକାମନା । ଏହି ପର୍ବ ନକରାତ୍ମକ ଶକ୍ତିର ଅନ୍ତ ସହିତ ଜୀବନରେ ଉତ୍ତମତା ଗ୍ରହଣ କରିବାର ବାର୍ତ୍ତା ଆଣିଥାଏ ।

ଏଥିସହ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି ଯେ, “ସମସ୍ତ ଦେଶବାସୀଙ୍କୁ ବିଜୟାଦଶମୀର ହାର୍ଦ୍ଦିକ ଶୁଭକାମନା । ଅଧର୍ମର ଅହଂକାର ଯେତେ ଅଧିକ ହୋଇଥିଲେ ମଧ୍ୟ ସତ୍ୟ ଉପରେ ଆଧାରିତ ଧର୍ମର ଆଲୋକର ବିଜୟ ଅନନ୍ତ ଅଟେ । ପାପ ଉପରେ ପୁଣ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଆମକୁ ସର୍ବଦା ବିବେକ ଏବଂ ସତ୍ୟର ମାର୍ଗରେ ଚାଲିବାକୁ ପ୍ରେରଣା ଏବଂ ଶିକ୍ଷା ଦେଉଥିବା ଏହି ପର୍ବ । ପ୍ରଭୁ ଶ୍ରୀ ରାମ ସମସ୍ତଙ୍କ କଲ୍ୟାଣ କରନ୍ତୁ । ଜୟ ଶ୍ରୀ ରାମ!”

 

Get real time updates directly on you device, subscribe now.