fbpx

ତୃତୀୟ ଘରୋଇ ଟ୍ରେନକୁ ମୋଦୀଙ୍କ ସବୁଜ ସଙ୍କେତ

ବାରାଣାସୀ,୧୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀରେ ତୃତୀୟ ଘରୋଇ ଟ୍ରେନ୍ ମହାକାଳ ଏକ୍ସପ୍ରେସକୁ ସବୁଜ ସଙ୍କେତ ଦେଇଛନ୍ତି । ଏଥିରେ ସାଧାରଣ ଜନତା ୨୦ ଫେବ୍ରୁଆରିରୁ ଯାତ୍ରା କରିପାରିବେ । ଏହି ଟ୍ରେନ୍ ମାଧ୍ୟମରେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଜ୍ୟୋତିଲିଙ୍ଗ ଓମକାରେଶ୍ୱର, ଉଜ୍ଜେନ ସ୍ଥିତ ମହାକାଳେଶ୍ୱର ଓ ଉତ୍ତରପ୍ରଦେଶ ବାରାଣାସୀ ସ୍ଥିତ କାଶୀ ବିଶ୍ୱନାଥ ତୀର୍ଥସ୍ଥଳ ସଂଯୋଗ ହେବ । ଏହା ବ୍ୟତିତ ଟ୍ରେନଟି ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ହବ୍ ଇନ୍ଦୋର ରାଜଧାନୀ ଭୋପାଳ ସହ ସଂଯୋଗ ହେବ । ତେବେ ଟ୍ରେନଟି କାଶୀ ବିଶ୍ୱନାଥଙ୍କ ନଗରୀ ବାରାଣାସୀରୁ ଇନ୍ଦୋର ମଧ୍ୟରେ ଚାଲିବ ।

ଟେନଟି ପ୍ରତି ମଙ୍ଗଳବାର ଓ ଗୁରୁବାର ଦ୍ୱିପହର ୨ଟା ୪୫ରେ ବାରାଣାସୀରୁ ବାହାରି ପରଦିନ ସକାଳ ୯ଟା ୪୦ରେ ଇନ୍ଦୋରରେ ପହଞ୍ଚିବ । ସେହିପରି ପ୍ରତି ବୁଧବାର ଓ ଶୁକ୍ରବାର ସକାଳ ୧୦ଟା ୫୫ରେ ଇନ୍ଦୋର ଛାଡି ପରଦିନ ସକାଳ ୬ଟାରେ ବାରାଣାସୀରେ ପହଞ୍ଚିବ ।

Get real time updates directly on you device, subscribe now.