fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍‌ରେ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଶାନ୍ତି ପାଇଁ ଭାରତର ସମର୍ଥନ ଲୋଡିଲେ

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ କଲ ଯୋଗେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ‘ଶାନ୍ତି ସୂତ୍ର’ କାର୍ଯ୍ୟକାରୀ ପାଇଁ ସେ ଭାରତର ଅଂଶଗ୍ରହଣ ଉପରେ ନିର୍ଭର କରୁଥିବା ଏବଂ ମିଳିତ ଜାତିସଂଘରେ ମାନବିକ ସହାୟତା ଏବଂ ସମର୍ଥନ ପାଇଁ ମୁଁ ଧନ୍ୟବାଦ ଅର୍ପଣ କରିଥିବା କହିଛନ୍ତି । ଏହା ସହିତ ସେ ଭାରତ ଜି-୨୦ ସମୁହର ସଭାପତିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁର୍ବରୁ ଅକ୍ଟୋବର ୪ ରେ ଜେଲେନସ୍କିଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ‘କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ତେବେ କୋଣସି ଶାନ୍ତି ପ୍ରୟାସରେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ।’ ତେବେ ଋଷର ୟୁକ୍ରେନ ଆକ୍ରମଣକୁ ଭାରତ ଏପର୍ଯ୍ୟନ୍ତ ନିନ୍ଦା କରି ନାହିଁ ଏବଂ କୂଟନୈତିକ ତଥା ଆଲୋଚନା ମାଧ୍ୟମରେ ଏହି ସଙ୍କଟର ସମାଧାନ ହେବା ଆବଶ୍ୟକ ବୋଲି କହିଛି ।

Get real time updates directly on you device, subscribe now.