fbpx

ବଡ଼ ଖବର: ବାଇଶି ପାହାଚରେ ଠେଲାପେଲାରେ ୬ ଜଣ ଛାତ୍ରୀ ଅଚେତ, ମେଡିକାଲରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚରେ ଅଘଟଣ । ଠେଲାପେଲାରେ ୬ ଜଣ ଛାତ୍ରୀ ଅସୁସ୍ଥ । ପର୍ଯ୍ୟଟନ ଋତୁରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗୁଥିବା ବେଳେ ଆଜି ବାଇସି ପାହାଚ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଏଥିରେ ମୟୁରଭଞ୍ଜ ହୃଦାନନ୍ଦ ହାଇସ୍କୁଲ୍‌ରୁ ଭ୍ରମଣ କରି ଆସିଥିବା ୬ ଜଣ ଛାତ୍ରୀ ଅସୁସ୍ଥ ହୋଇ ପୁରୀ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ନୂଆ ବର୍ଷ ପାଖେଇ ଆସୁଥିବାରୁ ବର୍ତ୍ତମାନ ପୁରୀରେ ପ୍ରବଳ ଭିଡ଼ ଜମୁଛି । ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଆଜି ଅତ୍ୟଧିକ ଭିଡ଼ ପାଇଁ ବାଇସି ପାହାଚରେ ଠେଲାପେଲା ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.