CHARIDHAM

୪୫ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଗସ୍ତ, ଜାଣନ୍ତୁ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ପୋଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ସେ ୱାର୍ସର ହୋଟେଲରେ ପହଞ୍ଚିବା ପରେ ସେ ଭାରତୀୟ ମୂଳ ଲୋକଙ୍କୁ ଅଭିବାଦନ ଜଣାଇଲେ ଏବଂ ଏହାପରେ ସେ ଶିଶୁମାନଙ୍କ ସହ କଥା ହୋଇଛନ୍ତି। ସବୁଠାରୁ ଖାସ କଥା ହେଉଛି ଯେ, ଗତ ୪୫ ବର୍ଷରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଲାଣ୍ଡ ଯାତ୍ରା।

ପିଏମ ନରେନ୍ଦ୍ର ମୋଦୀ ଗସ୍ତ କରିବା ପୂର୍ବରୁ ଯାତ୍ରାର ଅଫିସିଆଲ ସୂଚନା ଦେଇ ପ୍ରାଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ପତ୍ର ଜାରି କରି ଏଥିରେ ତାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ପୋଲାଣ୍ଡର ତାଙ୍କ ଯାତ୍ରା ଏପରି ସମୟରେ ହେଉଛି, ଯେତେବେଳେ ଦୁଇ ଦେଶମାନଙ୍କ ରାଜନୈତିକ ସମ୍ବନ୍ଧର ୭୦ତମ ବାର୍ଷିକୀ ଅଟେ।

ପୋଲାଣ୍ଡ ମଧ୍ୟ ୟୁରୋପରେ ମୁଖ୍ୟ ଆର୍ଥିକ ଭାଗୀଦାରୀ ଅଛନ୍ତି। ଗଣତନ୍ତ୍ର ଏବଂ ବହୁଳବାଦ ପ୍ରତି ଭାରତ ଏବଂ ପୋଲାଣ୍ଡର ପାରସ୍ପରିକ ପ୍ରତିବଦ୍ଧତା ଦୁଇ ଦେଶମାନଙ୍କ ସମ୍ବନ୍ଧକୁ ଆହୁରି ମଜବୁତ କରୁଛି। ପିଏମ ମୋଦୀ କହିଛନ୍ତି ଯେ, ଭାଗିଦାରୀକୁ ଆଗକୁ ନେବାକୁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡ୍ରେଜ ଡୂଡାଙ୍କୁ ଭେଟିବାକୁ ଉତ୍ସାହିତ ଅଛି।