fbpx

ଜାପାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ହେବେ ସାମିଲ

ନୂଆଦିଲ୍ଳୀ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପିଏମ ନରେନ୍ଦ୍ର ମୋଦୀ ଟୋକିଓ ପହଞ୍ଚିଛନ୍ତି । ଏଠାରେ ପିଏମ ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଏହା ପରେ ସିଞ୍ଜୋ ଆବେଙ୍କ ପତ୍ନୀ ଏବଂ ପିଏମ ଫୁମିଓ କିଶିଦାଙ୍କୁ ସମବେଦନା ବ୍ୟକ୍ତ କରିବେ । ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ ହେଉଛି ।

ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ରେ ୨୦ ରୁ ଅଧିକ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ୧୦୦ ରୁ ଅଧିକ ଦେଶର ପ୍ରତନିଧି ମଧ୍ୟ ଭାଗ ନେବାନେଇ ଅନୁମାନ କରାଯାଉଛି । ଭାରତ ସିଞ୍ଜୋ ଆବେଙ୍କ ସମ୍ମାନରେ ୯ ଜୁଲାଇ ୨୦୨୨ କୁ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକର ଘୋଷଣା କରିଥିଲେ । କହିରଖୁଛୁ ଯେ ସିଞ୍ଜୋ ଆବେଙ୍କୁ ଭାରତ ଏବଂ ଜାପାନ ସମ୍ବନ୍ଧକୁ ମଜବୁତ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଭାବରେ ମନେ ପକାଯାଏ ।

ସୂଚନାଯୋଗ୍ୟ, ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଏକ ସଭାରେ ଗୁଳିମାଡ଼ ହୋଇଥିଲା । ଯାହାପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା । ଆବେ ପ୍ରଥମ ଥର ୨୦୦୬ ରେ ଜାପାନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ସହ ତାଙ୍କ ନାମରେ ଜାପାନର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ବୋଲି କୁହାଯାଏ । ଅବଶ୍ୟ ସେ ଏହି ସମୟରେ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିପାରିନଥିଲେ । କାରଣ ୨୦୦୭ ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାପରେ ୨୦୧୨ ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ।

Get real time updates directly on you device, subscribe now.