fbpx

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ଗୋଟିଏ ବାକ୍ୟରେ ଶୁଭେଚ୍ଛା ଜଣାଇଲେ ପିଏମ ମୋଦୀ, ଜାଣନ୍ତୁ କାହିଁକି

AAKASH

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଶେହୱାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ଶେହୱାଜ ସରିଫ ସୋମବାର ଦିନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇ ପିଏମ ମୋଦୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାରେ ଶେହୱାଜ ସରିଫଙ୍କୁ ଅଭିନନ୍ଦନ ।

ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ କେବଳ ଗୋଟିଏ ଧାଡିରେ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏଥିରୁ ଲକ୍ଷ୍ୟ କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନୋଭାବ ଭାରତ ବିରୋଧୀ ଅତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାକିସ୍ତାନ ପ୍ରତି ଏବଂ ସେମାନଙ୍କ କଠୋର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ରହିଛି ।

ପାକିସ୍ତାନ ମୁସଲିମ ଲିଗ-ନୱାଜର ଅଧ୍ୟକ୍ଷ ଶେହୱାଜ ସରିଫ ଦେଶର ନ୍ୟାସନାଲ ଆସେମ୍ବଲୀରେ ୨୦୧ ଖଣ୍ଡ ଭୋଟ ହାସଲ କରିବା ସହ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ପାକିସ୍ତାନର ୨୪ତମ ଏବଂ ଲଗାତାର ଦ୍ୱିତୀୟ ଥର ଏହି ପଦବୀ ପାଇଁ ମନୋନୀତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଅଟନ୍ତି ।

Get real time updates directly on you device, subscribe now.