fbpx
BSKY
BJD YOUTH SKY
BJD MS SKY

କ୍ଷେତରୁ ମିଳିଲା ୨ କେଜି ଓଜନରର ଏକ ବଡ଼ ଆଳୁ: ଦେଖିବାକୁ ଲାଗିଲା ଲୋକଙ୍କର ଭିଡ଼

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଆଖାପାଖର ବାଡ଼ି ବଗିଚା ଓ କ୍ଷେତ୍ରରୁ କିଛି ନୂଆ ପ୍ରକାରର ଫଳ, ପୁଷ୍କ ଓ ପନିପରିବା ମିଳିଥାଏ । ଏହି ଘଟଣାକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହେବା ସହିତ ଦେଖିବାକୁ ରୁଣ୍ଡ ହୋଇଯାଇଥାନ୍ତି । ଅତୀତରେ ଏପରି ଅନେକ ଉଦାହରଣ ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଜଣେ କୃଷକଙ୍କ କ୍ଷେତରୁ ୨ କେଜି ବିଶିଷ୍ଟ ଏକ ବଡ଼ ଆଳୁ ମିଳିଛି ।

ସାଧାରଣ ଭାବେ ୮-୧୦ଟି ମଧ୍ୟମ ସାଇଜର ଆଳୁ ମିଶି ଏକ କେଜି ଓଜନର ହୋଇଥାଏ । ଅର୍ଥାତ ଗୋଟିଏ ଆଳୁର ଓଜନର ୫୦ ଗ୍ରାମଠାରୁ ଆରମ୍ଭ କରି ୨୦୦ ଗ୍ରାମ ବା ତା’ଠାରୁ ସାମାନ୍ୟ ଅଧିକ ହୋଇଥାଏ । ତେବେ ଗୋଟିଏ ଆଳୁର ଓଜନ ଯଦି ୨ କେଜି ହେବ ତେବେ ତାହା ସଭିଙ୍କୁ ଚକିତ କରିବା ସ୍ୱାଭାବିକ । ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାରେ ଜଣେ କୃଷକଙ୍କ କ୍ଷେତ୍ରରୁ ମିଳିଛି ଏଭଳି ଏକ ବଡ଼ ଆଳୁ ।

ଏହି ଦୁଇ କେଜିଆ ଆଳୁ ବିଷୟରେ ଜଣାପଡ଼ିବା ପରେ ଲୋକମାନେ ତାହାକୁ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ । ତେବେ କୃଷକଙ୍କର ପୂର୍ବ ପୀଢ଼ିରୁ ଆଳୁ ଚାଷ କରାଯାଉଥିବା ବେଳେ ପ୍ରଥମ ଥର ଏପରି ଏକ ବଡ଼ ଆଳୁ ମିଳିଥିବା ସେ କହିଛନ୍ତି । ଫରୁଖାବାଦରେ ଏସିଆର ସର୍ବବୃହତ ଆଳୁ ମଣ୍ଡି ରହିଥିବା ବେଳେ ସେଠାରୁ ବିଭିନ୍ନ ଦେଶକୁ ଲକ୍ଷ ଲକ୍ଷ କୁଇଣ୍ଟାଲ ଆଳୁ ରପ୍ତାନୀ କରାଯାଇଥାଏ । କ୍ଷେତ ଖୋଳା ଯାଉଥିବା ସମୟରେ ଏହି ୨ କେଜିଆ ଆଳୁକୁ ଦେଖି କୃଷକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେଠାରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।

Get real time updates directly on you device, subscribe now.