fbpx

ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଏହି ଦୁଇ ନେତା

ଇଟାନଗର: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦଳବଦଳ ପ୍ରକ୍ରିଆକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ଗୁରରାଟ ପରେ ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗ ବିଜେପିରେ ସାମିଲ ହୋଇଛନ୍ତି । ତିରପ ଜିଲ୍ଲାର ଖୋନ୍ସା(ପଶ୍ଚିମ) ସ୍ୱାଧୀନ ବିଧାୟିକା ଚକତ ଓବୋ ମଧ୍ୟ ବିଜେପିର ଶରଣ ନେଇଛନ୍ତି । ଇଟାନଗର ସ୍ଥିତ ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ଦୁଇ ନେତା ବିଜେପିରେ ସାମିଲ ହୋଇଥିଲେ । ଗତ ସପ୍ତାହ କଂଗ୍ରେସର ଅନ୍ୟ ଦୁଇ ବିଧାୟକ ନିନାଙ୍ଗ୍ ଏରିଙ୍ଗ ଏବଂ ୱାଙ୍ଗଲିନ୍ ଲୋୱାଙ୍ଗଡୋଙ୍ଗ ବିଜେପିରେ ସାମିଲ ହୋଇଥିଲେ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବିୟୁରାମ ୱାହଗେ ଦୁଇ ବିଧାୟକଙ୍କୁ ଦଳରେ ସ୍ୱାଗତ କରିଥିଲେ ।
କଂଗ୍ରେସ ବିଧାୟକ ତାୟେଙ୍ଗ ବିଜେପିରେ ସାମିଲ ହେବା ପରେ କଂଗ୍ରେସ ପାଖରେ ବର୍ତ୍ତମାନ କେବଳ ଗୋଟିଏ ବିଧାୟକ ରହିଛି । ସେ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାମ ତୁକି । କହିରଖୁଛୁ ସ୍ୱାଧୀନ ବିଧାୟିକା ଚକତ ଓବୋଙ୍କ ସ୍ୱାମୀ ତିରୋଙ୍ଗ ଓବୋ ଏନପିପିର ପ୍ରାର୍ଥୀ ଥିଲେ । ୨୦୧୯ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ସନ୍ଦିଗ୍ଧ ଏନଏସସିଏନ୍ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ଏହା ପରେ ରାଜ୍ୟରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଚକତ ଓବୋତିରପ ଜିଲ୍ଲାର ଖୋନ୍ସା(ପଶ୍ଚିମ) ଆସନରେ ବିଜୟ ଲାଭ କରିଥିଲେ ।

Get real time updates directly on you device, subscribe now.