fbpx
BSKY SKY
BSKY SKY

Dry Ice ପ୍ରତି ସାବଧାନ ରୁହନ୍ତୁ: ମାଉଥ ଫ୍ରେସନର ଖାଇବା ପରେ ରକ୍ତ ବାନ୍ତି ହେବା ପଛର କାରଣ କହିଲେ ଡାକ୍ତର

BSKY

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେସନର ବ୍ୟବହାର କରିଥାନ୍ତି । ତେବେ ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ କିଛି ଗ୍ରାହକ ମାଉଥ ଫ୍ରେସନର ଖାଇବା ପରେ ତୁରନ୍ତ ରକ୍ତ ବାନ୍ତି କରିଥିଲେ । ଏହି ଘଟଣାକୁ ନେଇ ଚାରିଆଡ଼େ ହଡ଼କମ୍ପ ମଚିଯାଇଥିଲା । ଉକ୍ତ ଗ୍ରାହକମାନେ ଅଚାନକ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ମାଉଥ୍ ଫ୍ରେସନର ଖାଇବା ପରେ ରକ୍ତ ବାନ୍ତି ହେବା ଘଟଣାକୁ ନେଇ ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠିଛି ‘ମାଉଥ୍ ଫ୍ରେସନର ଖାଇବାରୁ ରକ୍ତ ବାନ୍ତି ହେଲା କାହିଁକି?’

ଏହି ମାମଲାରେ ପୋଲିସ ଏକ ଏଫଆଇଆର ଦାୟର କରିବା ସହ ଏହି ମାମଲା ପଛର କାରଣ ସନ୍ଧାନ କରୁଛି । ତେବେ ମାଉଥ୍ ଫ୍ରେସନର ଖାଇଥିବା ସମସ୍ତ ଗ୍ରାହକଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ଚିକିତ୍ସା କରୁଥିବା ଡାକ୍ତର କରିଥିଲେ ସେମାନେ ସମସ୍ତେ ମାଉଥ୍ ଫ୍ରେସନର ନୁହେଁ ବରଂ ଡ୍ରାଏ ଆଇସି ଖାଇଥିଲେ । ଏହା କାର୍ବନ ଡାଇ ଅକ୍ସାଇଡର ଠୋସ୍ ରୂପ ହୋଇଥିବା ବେଳେ ଏହାକୁ କୁଲିଂ ଏଜେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ମେଡିକାଲ ଠାରୁ ଆରମ୍ଭ କରି ଫୁଡ୍ ଇଣ୍ଡଷ୍ଟ୍ରିରେ ଏହାର ବ୍ୟବହାର କରାଯାଇଥାଏ । ଏହା ଶୁଖିଲା ବରଫ ପରି ହୋଇଥାଏ ଓ ଏହା ପାଣିରେ ତିଆରି ହୋଇନଥାଏ । ଏହା ଯେତିକି ଉପଯୋଗୀ ସେତିକ ବିପଜ୍ଜନକ ଅଟେ ।

ଡ୍ରାଏ ଆଇସିକୁ ତିଆରି କରିବା ପାଇଁ ପ୍ରଥମେ କାର୍ବନ ଡାଇ ଅକ୍ସାଇଡକୁ ୧୦୯ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଥଣ୍ଡା କରି କମ୍ପ୍ରେସ କରାଯାଇଥାଏ । ଫଳରେ ଏହି ଗ୍ୟାସ ବରଫ ପାଲଟିଯାଇଥାଏ । ତା’ପରେ ଏହାକୁ ଛୋଟ, ବଡ଼ ଖଣ୍ଡରେ ପରିବର୍ତ୍ତନ କରାଯାଇଥାଏ । ଏହାକୁ ଫଟୋଶୁଟ ଓ ଥିଏଟର କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାକୁ ଗରମ ପାଣିରେ ପକାଇବା ଫଳରେ ସେଥିରୁ ଧୂଆଁ ବାହାରିଥାଏ । ତା’ପରେ ଏହା ବରଫ ପରି ଅନୁଭବ ହୋଇଥାଏ ।

ଡ୍ରାଏ ଆଇସି ଅତ୍ୟନ୍ତ ଥଣ୍ଡା ହୋଇଥିବା କାରଣରୁ ତାହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ମରିଯାଇଥାନ୍ତି । ସେଥିପାଇଁ ଏହାକୁ ଛୁଇଁବାକୁ ବାରଣ କରାଯାଇଥାଏ । ଏଥିସହିତ ଏହାକୁ ଏୟାର ଟାଇଟ୍ ବକ୍ସରେ ମଧ୍ୟ ରଖାଯାଇ ନଥାଏ । ଘରମାନଙ୍କରେ ଥିବା ସାଧାରଣ ବରଫର ତାପମାତ୍ରା ମାଇନସ୍ ୨-୩ ଡିଗ୍ରୀ ହୋଇଥିବା ବେଳେ ଡ୍ରାଏ ଆଇସିର ତାପମାତ୍ରା ମାଇନସ୍ ୮୦ ଡିଗ୍ରୀ ହୋଇଥାଏ । ଏହା ସାଧାରଣ ବରଫ ପରି ଏହା ଓଦା ହୋଇନଥାଏ । ଅଧିକ ତାପମାତ୍ରାରେ ରଖିଲେ ସାଧାରଣ ବରଫ ମିଳେଇ ଯାଇଥାଏ, ମାତ୍ର ଶୁଷ୍କ ବରଫ ସହ ଏପରି ହୋଇନଥାଏ । ଅଧିକ ତାପମାତ୍ରାରେ ତାହାକୁ ରଖିଲେ ମିଳେଇବା ବଦଳରେ ଧୂଆଁ ହୋଇ ଉଡ଼ିବାରେ ଲାଗିଥାଏ ।

Get real time updates directly on you device, subscribe now.