fbpx

ସାମନାକୁ ଆସିଲା ୨୦୨୧ ସର୍ବାଧିକ ସର୍ଚ୍ଚ ଲିଷ୍ଟ୍; ପ୍ରଧାନମନ୍ତ୍ରୀ-ଆର୍ଯ୍ୟନ୍ ଖାନ୍- ସିଦ୍ଧାର୍ଥ ଶୁକ୍ଲା, ଜାଣନ୍ତୁ କିଏ ରହିଛି ଆଗରେ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରକାଶ ପାଇଛି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ବ୍ୟକ୍ତି ବିଶେଷଙ୍କ ତାଲିକା । ଏବେ ଏହା ଅନଲାଇନ୍ ରିଲିଜ୍ ହୋଇଯାଇଛି । ଚଳିତ ବର୍ଷ ଆର୍ଯ୍ୟନ୍ ଖାନଙ୍କ ନାଁ ଏହି ତାଲିକାରେ ସାମିଲ ହୋଇଛି । ତେବେ ଚାଲନ୍ତୁ ଦେଖିବା, “Yahoo”ର Year in review  ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା, ବିରାଟ କୋହଲୀ, ସିଦ୍ଧାର୍ଥ ଶୁକ୍ଲା ତଥା ଆପଣମାନଙ୍କ ପ୍ରିୟର ବ୍ୟକ୍ତିତ୍ୱ ମାନେ କେଉଁ କେଉଁ ସ୍ଥାନରେ ରହିଛନ୍ତି ।

ତେବେ ୟାହୁ ପକ୍ଷରୁ ପ୍ରତିବର୍ଷ ଚର୍ଚ୍ଚାରେ ରହୁଥିବା ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଘଟଣାକୁ ଆଧାର କରି ସର୍ଚ୍ଚ କରାଯାଉଥିବା ଟପ୍ ପର୍ସିନାଲିଟିଜ୍ ଙ୍କ ତାଲିକା ପ୍ରକାଶ କରିଥାଏ । ୨୦୦୧ ମସିହାରେ ସର୍ବାଧିକ ସର୍ଚ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରାଯାଇଥିଲା । ୨୦୧୭ରେ ମଧ୍ୟ ପିଏମ୍ ମୋଦୀ ଏହି ସ୍ଥାନରେ ରହିଥିଲେ ।

ତେବେ ପ୍ରଧାନମନ୍ତ୍ରୀ ପରେ ଯଦି ଆଉ କାହାକୁ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି ତେବେ ସେ ହେଉଛନ୍ତି ବିରାଟ କୋହଲି । ବିରାଟ ଦ୍ୱିତୀୟ ନମ୍ବରରେ ରହିଛନ୍ତି । ଏମିତିରେ ବି ବିରାଟ କୋହଲି ପୂରା ଦୁନିଆରେ ଖୁବ୍ ଲୋକପ୍ରିୟ ।

ତେବେ ଚଳିତ ଥର ସର୍ବାଧିକ ଥର ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ରହିଛନ୍ତି । ସେ ତୃତୀୟ ନମ୍ବରରେ ରହିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ଅବସରରେ ସେ ଚର୍ଚ୍ଚାରେ ରହିଛନ୍ତି । ଚତୁର୍ଥ ନମ୍ବରରେ ରହିଛନ୍ତି ସିଦ୍ଧାର୍ଥ ଶୁକ୍ଲା । ତାଙ୍କର ଫ୍ୟାନ୍ ଫଲୋଇଂ ଖୁବ୍ ବେଶି । ସେପ୍ଟେମ୍ବର ମାସରେ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ସେହିପରି ୫ମ ନମ୍ବରରେ ରହିଛନ୍ତି ରାହୁଲ ଗାନ୍ଧୀ ।

ଚଳିତ ଥର ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ସର୍ବାଧିକ ସର୍ଚ୍ଚ ଲିଷ୍ଟରେ ୭ମ ନମ୍ବରରେ ରହିଛନ୍ତି । ଡ୍ରଗ୍ସ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲେ ।

ତେବେ “ମୋଷ୍ଟ ସର୍ଚ୍ଚଡ୍ ମେଲ୍ ସେଲିବ୍ରିଟିସ୍ କାଟାଗୋରୀ” ରେ ପ୍ରଥମରେ ରହିଛନ୍ତି ସିଦ୍ଧାର୍ଥ ଶୁକ୍ଲା । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଲମାନ୍ ଖାନ୍ । ଅଲ୍ଲୁ ଅର୍ଜୁନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାପରେ ୪ର୍ଥ ନମ୍ବରରେ ଦିବଙ୍ଗତ ଅଭିନେତା ପୁନିତ୍ ରାଜକୁମାର ରହିଥିବା ବେଳେ ୫ମ ନମ୍ବରରେ ରହିଛନ୍ତି ଦିବଙ୍ଗତ ଅଭିନେତା ଦିଲ୍ଲୀପ କୁମାର ।

Get real time updates directly on you device, subscribe now.