(Video) ଓଡ଼ିଶା କହିଲା ‘Thank You ମୋଦୀ ଜୀ’: ନିଜେ ଅଟକିଯାଇ ଆମ୍ବୁଲାନ୍ସକୁ ବାଟ ଛାଡ଼ି ମହାନତାର ପରିଚୟ ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀକୁ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଗତକାଲି ତାଙ୍କ ବିଭିନ୍ନ ପ୍ରକାରର ଓଡ଼ିଆ ଓ ଗୁଜରାତୀ ଖାଦ୍ୟର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ଭାଷଣ ଦେଇ ଜନତାଙ୍କ ହୃଦୟ ଜିତିପାରିଥିଲେ ।

ତେବେ ଏହା ମଧ୍ୟରେ ଓଡ଼ିଶା ମାଟିରେ ପ୍ରଧାନମନ୍ତ୍ରୀ ପୁଣି ଏକ ମହାନତାର କାମ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ମୋଦୀଙ୍କ କାରକେଡ୍ ଯିବା ସମୟରେ ଅଚାନକ ସାମ୍ନାକୁ ଆସିଥିଲା ଏକ ଆମ୍ବୁଲାନ୍ସ । ଏହି ସମୟରେ ଆମ୍ବୁଲାନ୍ସକୁ ପ୍ରଥମେ ଛଡ଼ାଯାଇଥିଲା । ତା’ପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଆଗକୁ ବଢ଼ିଥିଲା । ଆମ୍ବୁଲାନ୍ସରେ ଯାଉଥିବା ରୋଗୀର ଦୁଃଖକୁ ହୃଦୟଙ୍ଗମ କରିପାରିଥିଲେ ପ୍ରଧାନମନ୍ତ୍ରୀ ସେଥିପାଇଁ ସେ କିଛି କ୍ଷଣ ପାଇଁ ନିଜେ ଅଟକି ଯାଇ ଆମ୍ବୁଲାନ୍ସକୁ ରାସ୍ତା ଦେଇଥିଲେ । ତେବେ ମୋଦୀଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ଆଜି ସାରା ଓଡ଼ିଶା ତାଙ୍କୁ ସାବାଦୀ ଦେଉଛି । ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ମୋଦୀ ବିଭିନ୍ନ ସମୟରେ କାରକେଡକୁ ରୋକି ଆମ୍ବୁଲାନ୍ସକୁ ପ୍ରଥମେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।