Breaking: ଆଜି ପିଏମ୍ ପଠାଇବେ ପିଏମ୍ କିଷାନ ଟଙ୍କା, ଉପକୃତ ହେବେ ପ୍ରାୟ ୧୦ କୋଟି ଚାଷୀ
ବିହାର ଭାଗଲପୁରରେ ୧୯ ତମ କିସ୍ତି ପ୍ରଦାନ କରିବେ ମୋଦୀ। ଡିବିଟି ଜରିଆରେ ଖାତାକୁ ଯିବ ୨୨ ହଜାର କୋଟିର ଅର୍ଥରାଶି। ବିହାରରୁ ପିଏମ୍ ପଠାଇବେ ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା।
ନୂଆଦିଲ୍ଲୀ: ଆଜି ଆସିବ ପିଏମ୍ କିଷାନ ଟଙ୍କା। ବିହାରରୁ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପିଏମ୍ କିଷାନ ଟଙ୍କା। ଉପକୃତ ହେବେ ପ୍ରାୟ ୧୦ କୋଟି ଚାଷୀ।
ବିହାର ଭାଗଲପୁରରେ ୧୯ ତମ କିସ୍ତି ପ୍ରଦାନ କରିବେ ମୋଦୀ। ଡିବିଟି ଜରିଆରେ ଖାତାକୁ ଯିବ ୨୨ ହଜାର କୋଟିର ଅର୍ଥରାଶି। ବିହାରରୁ ପିଏମ୍ ପଠାଇବେ ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା।
ପିଏମ୍ କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୩ଟି କିସ୍ତି ଆକାରରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଏ। ୧୮ ତମ କିସ୍ତି ଗତ ଅକ୍ଟୋବରରେ ଦିଆଯାଇଥିଲା। ଆଜି ବିହାରରୁ ଦେଶର ୯.୮ କୋଟି ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ମୋଦୀ ପଠାଇବେ ପିଏମ୍ କିଷାନ ଟଙ୍କା।