fbpx

ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦୀ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଲୋଚନା କରିବେ । ପୂର୍ବରୁ ଗତ ଜାନୁଆରୀ ମାସ ୧୩ ତାରିଖରେ ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡ଼ରେ ଓମିକ୍ରନ ଭାରିଆଣ୍ଟକୁ ନେଇ ଆଲୋଚନା କରିଥିଲେ ।

ନିକଟରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା ମିଜୋରାମରେ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ଅନ୍ୟ କିଛି ଦେଶରେ ମଧ୍ୟ କୋଭିଡ ନିଜର କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି ।

ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫୯୩ଟି ନୂଆ କୋଭିଡ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୫ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ହଜାର ରହୁଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ତୃତୀୟ ଲହର ପ୍ରକୋପ ହ୍ରାସ ପାଇବା ପରେ ଲୋକମାନେ କୋଭିଡ୍ ନିୟମକୁ ଏକପ୍ରକାର ଭୁଲି ଯାଇଛନ୍ତି । ତେବେ ପୁଣି ଥରେ କରୋନା କଡ଼ ଲେଉଟାଇବା ନିଶ୍ଚିତ ଭାବେ ଦେଶ ପାଇଁ ଚିନ୍ତାଜନକ ଖବର ।

Get real time updates directly on you device, subscribe now.