fbpx
BJD
BJD SKY
BJD SKY

ପାର୍ବଣ ଋତୁରେ ପୋକୋ ଲଞ୍ଚ କଲା ‘ସି-୩୧’ ସ୍ମାର୍ଟ ଫୋନ୍, ମାତ୍ର ୮୪୯୯ ଟଙ୍କାରେ ମିଳିବ ଶକ୍ତିଶାଳୀ ଓ ମଜଭୁତ ଡିଭାଇସ୍‌

BJD

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଉତ୍ସାହକୁ ସାମିଲ କରି ଭାରତର ୩ୟ ସର୍ବବୃହତ୍‌ ଅନ୍‌ଲାଇନ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ପୋକୋ ପକ୍ଷରୁ ଫ୍ଲି୍‌କାର୍ଟର ବିଗ୍‌ ବିଲିୟନ ଡେଜ୍‌ ସେଲ୍‌କୁ ଦୃଷ୍ଟିରେ ରଖି ସ୍ମାର୍ଟଫୋନ୍‌ ଗୁଡିକରେ ଆକର୍ଷଣୀୟ ଡିଲ୍‌ ଓ ଅଫର୍‌ ଘୋଷଣା କରାଯାଇଛି । ପାର୍ବଣ ଋତୁ ପାଇଁ କମ୍ପାନୀ ପୋକୋ ସି୩୧ର ଶୁଭାରମ୍ଭ କରିଛି । ଉପଭୋକ୍ତାମାନେ ଅକ୍ଟୋବର ୨ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଆକର୍ଷଣୀୟ ମୂଲ୍ୟରେ କିଛି ଶକ୍ତିଶାଳୀ ଓ ମଜଭୁତ ଡିଭାଇସ୍‌ଗୁଡିକୁ ହାସଲ କରିବାକୁ ସକ୍ଷମ ହେବେ ।

ପୋକୋ ସି୩୧ ଚଳିତ ପାର୍ବଣରେ ଉପଭୋକ୍ତାଙ୍କ ଲାଗି ୮୪୯୯ଟଙ୍କାର ଏକ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ । ପୋକୋ ସି୩୧ ଦୁଇଟି ରୟାଲ ବ୍ଲୁ ଓ ସ୍ୟାଡୋ ଗେ କଲର ଭାରିଆଣ୍ଟ୍‌ ସହ ଦୁଇଟି ଷ୍ଟୋରେଜ୍‌ ଭାରିଆଣ୍ଟ୍‌ ୩+୩୨ଜିବି ଓ ୪ତ୍+୬୪ଜିବିରେ ସ୍ୱତନ୍ତ୍ର ରୂପେ ଫ୍ଲି୍‌କାର୍ଟରେ ଉପଲବ୍ଧ ହେବ । ଏହି ବଜେଟ୍‌ ସ୍ମାର୍ଟଫୋନ୍‌କୁ ୩ତ୍କ୩୨ ଜିବି ଭାରିଆଣ୍ଟ ପାଇଁ ୮,୪୯୯ଟଙ୍କାରେ ଏବଂ ୪ତ୍+୬୪ଜିବି ଭାରିଆଣ୍ଟ ପାଇଁ ୯,୪୯୯ଟଙ୍କା ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ଏହା ଫ୍ଲି୍‌କାର୍ଟ ବିଗ୍‌ ବିଲିୟନ ଡେଜ୍‌ ସେଲ୍‌ ସମୟରେ ୭,୪୯୯ଟଙ୍କା ଏବଂ ୮,୯୯୯ଟଙ୍କାର ଏକ ରିହାତି ମୂଲ୍ୟରେ ଉପଲବ୍ଧ ହେବ । ଏଥିସହିତ ଆଇସିଆଇସିଆଇ ଓ ଆକ୍ସିସ୍‌ ଡେବିଟ୍‌ / କ୍ରେଡିଟ୍‌ କାର୍ଡଗୁଡିକ ଉପରେ ଅତିରିକ୍ତ ୧୦% ରିହାତି ମିଳିବ ।

ସେହିଭଳି ଚଳିତ ପାର୍ବଣରେ ଗ୍ରାହକମାନେ ପୋକୋ ଏକ୍ସ୩ ପ୍ରୋ, ଏମ୨ ପ୍ରୋରୁ ଆରମ୍ଭ କରି ସି ସିରିଜ ପର୍ଯ୍ୟନ୍ତ ସମସ୍ତ ସ୍ମାଟଫୋନଗୁଡ଼ିକରେ କ୍ୟାଶବ୍ୟାକ, ନୋ-କଷ୍ଟ ଇଏମଆଇ ଏବଂ ତୁରନ୍ତ ରିହାତି ଭଳି ଲାଭ ପାଇପାରିବେ । ଏକ ନିମଜ୍ଜିତ ଦୃଶ୍ୟତା ଓ ଇ-ଲର୍ଣ୍ଣିଙ୍ଗ୍‌ ଅନୁଭୂତି ପ୍ରଦାନ କରି ପୋକୋ ସି୩୧ ଏକ ବିଶାଳ ୧୬.୫୮ ସେମି (୬.୫୩) ଏଚ୍‌ଡିତ୍କ ଡିସ୍‌ପ୍ଲେ ଓ ୨୦:୯ର ଏକ ଆସ୍‌ପେକ୍ଟ ରେସିଓ ସହିତ ଆସୁଛି । ଏଥିରେ ଟିୟୁଭି ରେନ୍‌ଲ୍ୟାଣ୍ଡ ସାର୍ଟିଫାଏଡ୍‌ ରିଡିଙ୍ଗ୍‌ ମୋଡ୍‌ ୨.୦ ଡିସ୍‌ପ୍ଲେ ରହିଛି ଯାହା ଅଧିକ ସମୟ ପାଇଁ ଫୋନ୍‌ ବ୍ୟବହାର ସମୟରେ ଆଖିକୁ କ୍ଷତିକାରକ ନୀଳ ରଶ୍ମିରୁ ସୁରକ୍ଷା ପ୍ରଦାନ କରିଥାଏ ।

Get real time updates directly on you device, subscribe now.