fbpx

ଭାରତରେ ଆରମ୍ଭ ହେଲା Poco X3 Proର ବିକ୍ରି, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Poco ଏହାର ପ୍ରଥମ ସ୍ମାର୍ଟଫୋନ ଭାବେ Poco F 1 କୁ ବଜାରରେ ଲଞ୍ଚ କରିଥିଲା ଯାହାକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା ତେବେ ଏହା ପରେ କମ୍ପାନୀ Poco X2 ,Poco X3 ଭଳି ମଡେଲକୁ ବଜାରରେ ଲଞ୍ଚ କରିଥିଲା ଏଗୁଡିକୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳିଥିଲା । ନିକଟରେ କମ୍ପାନୀ ଏହାର ନୂତନ ସ୍ମାର୍ଟଫୋନ Poco X3 Proକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ତେବେ ଇ-କର୍ମସ ୱେବସାଇଟରେ ଆଜି ଏହାର ପ୍ରଥମ ବିକ୍ରି ଆରମ୍ଭ କରାଯାଇଛି । Poco X3 Pro ସ୍ନାପଡ୍ରାଗନ୍ 860 (Qualcomm Snapdragon 860) ପ୍ରୋସେସର ଦ୍ୱାରା ଚାଳିତ ଏବଂ ଏହା ୩୩w ଫାଷ୍ଟ ଚାର୍ଜିଂ ସପୋର୍ଟ ଏବଂ 5610Mah ବ୍ୟାଟେରୀ, 48 ମେଗାପିକ୍ସେଲ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । Poco X3 Pro- ଗୋଲଡେନ୍ ବ୍ରୋଞ୍ଜ୍, ଗ୍ରାଫାଇଟ୍ ବ୍ଲାକ୍, ଏବଂ ଷ୍ଟିଲ୍ ବ୍ଲୁ ଏହି ତିନୋଟି କଲରରେ ଉପଲବ୍ଧ ।
Poco X3 Proର ଦୁଇଟି ଭ୍ୟାରିଏଣ୍ଟରେ ଉପଲବ୍ଧ । ପ୍ରଥମଟି 6GB ଏବଂ 128GB ଥିବା ବେଳେ ଅନ୍ୟଟି 8GB RAM ଏବଂ 128GB ଷ୍ଟୋରେଜ ସହ ଉପଲବ୍ଧ । ଯାହାର ମୂଲ୍ୟ ରହିଛି ଯଥାକ୍ରମେ 18999 ଏବଂ 20999 ଟଙ୍କା ।

Poco X3 Pro ରେ ରହିଛି ଏହିସବୁ ଫିଚର୍ସ;
• ପ୍ରୋସେସର- କ୍ୱାଲକମ୍ ସ୍ନାପଡ୍ରାଗନ୍ 860
• ଜିପିୟୁ- ଆଡ୍ରେନୋ 640
• ବ୍ୟାଟେରୀ- 5610Mah
• କ୍ୟାମେରା- 48 ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା/ 20 ମେଗାପିକ୍ସେଲ ସେଲ୍ଫି କ୍ୟାମେରା
• ଋ୍ୟାମ- 8GB ଏବଂ ୬ GB
• ଡିସ୍ପ୍ଲେ – 6.67 Inch Full HD ପ୍ଲସ ଡଟ ଡିସ୍ପ୍ଲେ

Poco X3 Pro  ଡିଜାଇନ ପ୍ରାୟତଃ Poco X3 NFC ଭଳି, ଏଥରେ କର୍ନିଙ୍ଗ ଗୋରିଲା ଗ୍ଲାସ 6 ରହିଛି ଯାହା ସ୍କ୍ରିନକୁ ସୁରକ୍ଷା ଦେଇଥାଏ । ଏହାର ବ୍ୟାକ ପ୍ୟାନେଲ ପ୍ଲାଷ୍ଟିକରେ ତିଆରି । ବ୍ୟାକ ପ୍ୟାନେଲର ଦୁଇ ପାର୍ଶ୍ୱରେ ମ୍ୟାଟ ଫିନିସ ରହିଛି ଏବଂ ପ୍ୟାନେଲର ମଝିରେ ଏକ glossy ଫିନିସ ରହିଛି । ଏହା IP ୫୩ ସହ ଦେଖିବାକୁ ମିଳିବ ଯହା ଧୁଳି ଓ ସ୍ପ୍ଲାସ୍ ପ୍ରୁଫ ଅଟେ । ଏଥିରେ ଥିବା ୟୁନିକ୍ କ୍ୱାଡ କ୍ୟାମେରା ସେଟଅପ ଏହାକୁ ଅନ୍ୟ ଫୋନଠାରୁ ଅଲଗା କରୁଛି । ଏହାର ୬.୬୭ ଇଞ୍ଚର ଫୁଲ ଏଚ୍ଡି ପ୍ଲସ ଡଟ ଡିସ୍ପ୍ଲେ ରହିଛି । ଯେଉଁଥିରେ ୧୨୦ ହର୍ଜର ରିଫ୍ରେସ ରେଟ ଦେଖିବାକୁ ମିଳିବ । ଫୋନର ଉପର ପାର୍ଶ୍ୱରେ ରହିଛି ଇଅରପିସ, ନୋଟିଫିକେସନ ଲାଇଟ, ମାଇକ, ଆଇଆର ବ୍ଲାଷ୍ଟର । ଏବଂ ତଳ ପାର୍ଶ୍ୱରେ ରହିଛି ଟାଇପ ସି ଚାର୍ଜିଙ୍ଗ ପୋର୍ଟ, ମାଇକ୍ରୋଫୋନ, ଷ୍ଟେରିଓ ସ୍ପିକର ଏବଂ ଇଅରଫୋନ ପୋର୍ଟ । ଫୋନର ସ୍ପିକର କ୍ୱାଲିଟି କାଫି ଭଲ ରହିଛି । ଏହାର ବାମ ପାର୍ଶ୍ୱରେ ହାଇବ୍ରିଡ ସିମ୍ ସ୍ଲଟର ବ୍ୟବସ୍ଥା ରହିଛି ଯେଉଁଥିରେ ଆପଣ ଗୋଟିଏ ସିମ କାର୍ଡ ସହିତ ମେମୋରୀ କାର୍ଡ କିମ୍ବା ଦୁଇଟି ସିମ କାର୍ଡ ଏକ ସମୟରେ ବ୍ୟବହାର କରିପାରିବେ ।ଏହାର ଡାହାଣ ପାର୍ଶ୍ୱରେ ରହିଛି ପାୱାର ସ୍ୱିଚ୍ ଯେଉଁଥିରେ ଆପଣଙ୍କୁ ଫିଙ୍ଗର ପ୍ରିଣ୍ଟର ସୁବିଧା ଦେଖିବାକୁ ମିଳିବ । ଏହାର ଉପରକୁ ରହିଛି ଭଲ୍ୟୁମ ସ୍ୱିଚ୍ ।

ଡିସ୍ପ୍ଲେ
ଫୋନରେ ୬.୬୭ ଇଞ୍ଚର ଫୁଲ ଏଚ୍ଡି ପ୍ଲସ ଡିସ୍ପ୍ଲେ ରହିଛି । ୧୨୦ ହର୍ଜର ରିଫ୍ରେସ ରେଟ ଏବଂ ୨୪୦ ହର୍ଜର ଟଚ ରେଟ ରହିଛି ଯାହାଦ୍ୱାରା ଭିଡିଓ, ମୁଭି ଏବଂ ଗେମକୁ ଉପଭୋଗ କରିପାରିବେ ।
ଵ୍ୟାଟେରୀ
Poco X3 Proରେ ରହିଛି 5610Mah ର ବ୍ୟାଟେରୀ । ଫୋନରେ ୩୩w ଫାଷ୍ଟ ଚାର୍ଜିଂର ସୁବିଧା ରହିଛି । ଥରେ ଚାର୍ଜ କରିବା ଦ୍ୱାରା ଆପଣ ୩୩ ଘଣ୍ଟାର କଲ ଆୱାର, ୧୭ ଘଣ୍ଟାର ଇଣ୍ଟରନେଟ ଏବଂ ପ୍ରାୟ ଅଧା ଦିନର ଭିଡିଓ ଦେଖିପାରିବେ । ଫୋନ ରେ ଥିବା ୩୩w ଫାଷ୍ଟ ଚାର୍ଜିଂ ଯୋଗେ ଏହା ଅଧା ଘଣ୍ଟାରେ ପାଖାପାଖି ୫୯% ଚାର୍ଜ ହୋଇପାରିବ ଏବଂ ୫୯ ମିନିଟରେ ଏହା ୧୦୦% ଚାର୍ଜ ହୋଇପାରିବ ।
Poco X3 Pro ହେଉଛି ପ୍ରଥମ ସ୍ମାର୍ଟଫୋନ୍ ଯାହା ସ୍ନାପଡ୍ରାଗନ୍ ୮୬୦ ଚିପସେଟକୁ ନିୟୋଜିତ କରିଛି । ଏହା ୨୦୧୯ର ସ୍ନାପଡ୍ରାଗନ୍ ୮୫୫+ର ନୂତନ ମଡେଲ । ଆଡ୍ରେନୋ ୬୪୦ ଜିପିୟୁ ୨ ଜେନେରେସନ ପୁରୁଣା ହେଲେ ମଧ୍ୟ ଅଧିକ ଶକ୍ତିଶାଳୀ । ଉଭୟ ପ୍ରୋସେସର ଏବଂ ଗ୍ରାଫିକ୍ସ ପ୍ରୋସେସର ଉଭୟ ଯୋଗୁଁ ଆପଣଙ୍କୁ ଗେମ୍ସ କିମ୍ବା କାମରେ କୌଣସି ଅସୁବିଧା ହେବ ନାହିଁ । Liquid Cooling Technology 1 .0 plus ରହିଛି । ଯାହାଦ୍ୱାରା ଆପଣ ଗେମ୍ସଗୁଡିକ ବିନା କୌଣସି ଅସୁବିଧାରେ ଖେଳିପାରିବେ ।
ଫୋନରେ ୪୮ ମେଗାପିକ୍ସେଲ କ୍ୟାମେରା ରହିଛି ଏଥିରେ ଆପଣ କାଫି ଭଲ ଫଟୋ ଉଠାଇପାରିବେ । ଏଥିରେ ଆପଣଙ୍କୁ ନାଇଟ ମୋଡର ସୁବିଧା ମଧ୍ୟ ଦେଖିବାକୁ ମିଳେ ଯାହା ସାହାଯ୍ୟରେ ଆପଣ ରାତିରେ ବି ଭଲ ଫଟୋ ଉଠାଇ ପାରିବେ । ସେହିଭଳି୨୦ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦ୍ୱାରା ଆପଣ ବହୁତ ଭଲ ଫଟୋ ନେଇ ପାରିବେ ।

Pros:
ଧୂଳି ଏବଂ ସ୍ପ୍ଲାସ୍ ପ୍ରତିରୋଧ ପାଇଁ IP ୫୩ – ରେଟେଡ୍
୧୨୦ ହର୍ଜର ରିଫ୍ରେସ ରେଟ ଏବଂ ୬.୬୭ ଇଞ୍ଚର ବଡ଼ ପରଦା
ଉତ୍କୃଷ୍ଟ ବ୍ୟାଟେରୀ ସହ ଦ୍ରୁତ ଚାର୍ଜିଂ ବ୍ୟବସ୍ଥା
ସନ୍ତୁଳିତ ଷ୍ଟେରିଓ ସ୍ପିକର
ଭଲ କ୍ୟାମେରା
ଟପ୍ ନଚ୍ କାର୍ୟ୍ୟଦକ୍ଷତା, ଉଲ୍ଲେଖନୀୟ ସ୍ଥିରତା
4k ଭିଡିଓ ସପୋର୍ଟ
MIUI 12, Android 10, 3.5 mm Jack, ଆଇଆର ବ୍ଲାଷ୍ଟର, ମେମୋରୀ କାର୍ଡ ସ୍ଲଟ
Cons:
କିଛି ମାତ୍ରାରେ ବଡ
ସ୍ଲୋ ସ୍କ୍ରିନ୍ ପିକ୍ସେଲ ପ୍ରତିକ୍ରିୟା ସମୟ

Get real time updates directly on you device, subscribe now.