fbpx

କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୪ (ଓଡିଶା ଭାସ୍କର): କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତି ନେଇଛନ୍ତି  । ରାଜ୍ୟରେ୧୦ ଦିନ ସ୍ୱତନ୍ତ୍ର ଡ୍ରାଇଭ୍ କରିବାକୁ ପୋଲିସ ଡ଼ିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶ ଜାରି । ସୂରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୋଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମଜିକ ଦୂରତା ଏବଂ ମାସ୍କ ବ୍ୟବହାର ନେଇ ଲୋକମାନଙ୍କୁ ସଚେତନ କରିବ I&PR ବିଭାଗକୁ ଦାୟିତ୍ୱ ଦିଆଯାଇଛି । ସଂକ୍ରମଣ ବ୍ୟାପୁଥିବାରୁ ପଶ୍ଚିମ ଓଡ଼ିଶାକୁ ଅଧିକ ଫୋକସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଛତିଶଗଡ଼ ସୀମାକୁ ଲାଗିଥିବା ଅଂଚଳରେ ଅଧିକ କରୋନା ବ୍ୟାପୁଥିବାରୁ ପଶ୍ଚିମ ଓଡ଼ିଶାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗକୁ ନଜର ରଖିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପଶ୍ଚିମ ଓଡ଼ିଶାରେ ଅଧିକ ପାରାମେଡ଼ିକାଲ ଷ୍ଟାପ ନିଯୁକ୍ତି ସହିତ ଆମ୍ବୁଲାନ୍ସ ଏବଂ ଅକ୍ସିଜେନ ଅନ୍ୟାନ୍ୟ ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.