fbpx

ଜୀବନସାଥି ଚୟନ ସମୟରେ କରନ୍ତୁ ନାହିଁ ଏହି ଭୁଲ, ଦାମ୍ପତ୍ୟ ଜୀବନକୁ କରିପାରେ ନଷ୍ଟ

ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ‘ବିବାହ’ । ଏହା କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇ ପରିବାରର ମିଳନ । ବିବାହ ବୟସ ହୋଇଗଲେ ପ୍ରାୟ ମାତା ପିତା ନିଜ ପୁଅ ଝିଅ ପାଇଁ ଉତ୍ତମ ଜୀବନସାଥି ଚୟନର ଦାୟିତ୍ୱ ନେଇଥାନ୍ତି । ବିଶେଷକରି ଆରେଞ୍ଜ ମ୍ୟାରେଜରେ ଜୀବନସାଥି ଚୟନ କରିବା ସମୟରେ ଆମେ ଅନେକ ଦିଗ ପ୍ରତି ଅଣଦେଖା କରିଥାଉ । ଏହା ପରବର୍ତ୍ତୀ ସମୟରେ ଉଭୟ ଦମ୍ପତ୍ତିଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ । ତେବେ ଆସନ୍ତୁ ଜାଣିବା ଉତ୍ତମ ଜୀବନସାଥି ଚୟନ କରିବା ସମୟରେ କେଉଁ ସବୁ ବିଷୟ ଉପରେ ଗୁରୁତ୍ୱ ଦେବା ଉଚିତ:

– କମ୍ପାଟିବିଲିଟି: ପ୍ରାୟ ଆରେଞ୍ଜ ମ୍ୟାରେଜରେ କମ୍ପାଟିବିଲିଟି ବ୍ୟତୀତ ଅନ୍ୟ ବିଷୟକୁ ପ୍ରଥମିକତା ଦିଆଯାଇଥାଏ ଯେପରି ଫ୍ୟାମିଲି ବେକ୍‌ଗ୍ରାଉଣ୍ଡ, ସୋସିଆଲ ଷ୍ଟାଟସ, ପରିବାରର ଆର୍ଥିକ ସ୍ଥିତି ଇତ୍ୟାଦି । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ଜରୁରୀ କିନ୍ତୁ ବିବାହ ପୂର୍ବରୁ ପୁଅ ଝିଅଙ୍କ ମନ ନ ମିଶିଲେ ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇଥାଏ ।

– ପ୍ରାଥମିକତାକୁ ଅଣଦେଖା କରିବା: ଅଧିକାଂଶ କ୍ଷେତ୍ରରେ କେତେଜଣ ପାରିବାରିକ ଚାପରେ ଆସି ନିଜ ଇଚ୍ଛାକୁ ଅଣଦେଖା କରିଥାନ୍ତି । ଏମିତି କରନ୍ତୁ ନାହିଁ । ପରିବାରକୁ ନିଜ ପସନ୍ଦ ବିଷୟରେ ଜଣାନ୍ତୁ । ଏହା ଦ୍ୱାରା ଆପଣଙ୍କ ପାଇଁ ଉତ୍ତମ ଜୀବନସାଥିଟିଏ ଚୟନ କରିବା ସେମାନଙ୍କ କ୍ଷେତ୍ରରେ ସହଜ ହୋଇଥାଏ ।

– ନିଷ୍ପତ୍ତି ନେବା: ଆରେଞ୍ଜ ମ୍ୟାରେଜ କରୁଥିଲେ ଚରବରିଆ ଭାବରେ ପାରିବାରିକ ଚାପରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇପାରେ । ଆପଣ ବିବାହ ପାଇଁ ମାନସିକ, ଶାରୀରିକ ଏବଂ ଭାବନାତ୍ମକ ଭାବରେ ପ୍ରସ୍ତୁତ ଅଛନ୍ତି ନା ନାହିଁ -ସ୍ଥିର ଚିତ୍ତରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

– କଥାବାର୍ତ୍ତା ନହେବା: କୌଣସି ସମ୍ପକକୁ ସୃଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ କଥାବାର୍ତ୍ତା ହେବା ଆବଶ୍ୟକ । ଅଧିକାଂଶ କ୍ଷେତ୍ରରେ ପରିବାରମାନେ ବିବାହ ସ୍ଥିର କରିଥାନ୍ତି । ସେମାନେ ବିବାହ ପାଇଁ ପୁଅ ଝିଅଙ୍କ ଅନୁମତି ନେଇନଥାନ୍ତି ବା ବିବାହ ପୂର୍ବରୁ ଭାବି ଦମ୍ପତ୍ତିଙ୍କୁ କଥାବାର୍ତ୍ତା ହେବା ପାଇଁ ବାରଣ କରିଥାନ୍ତି । ଏଭଳି କ୍ଷେତ୍ରରେ କମ୍ୟୁନିକେସନ୍ ଗେପ୍ ଦେଖାଦିଏ ଯାହା ବୈବାହିକ ଜୀବନର ସୁଖ ଶାନ୍ତିକୁ ନଷ୍ଟ କରିଥାଏ ।

– ସୁନ୍ଦର ରୂପ: ସମସ୍ତଙ୍କ କାମନା ଥାଏ ସେମାନଙ୍କ ଜୀବନସାଥି ଦେଖିବାକୁ ସୁନ୍ଦର ହୋଇଥିବ । ଏଥିରେ କିଛି ଭୁଲ ନାହିଁ କିନ୍ତୁ ଜଣଙ୍କ ବ୍ୟବହାରକୁ ଅଣଦେଖା କରାଯାଇପାରିବ ନାହିଁ । ଜଣେ କେତେକାଂଶରେ ସୁନ୍ଦର ଏହା କେବଳ ଉତ୍ତମ ବ୍ୟକ୍ତିତ୍ୱ ଉପରେ ନିର୍ଭର କରିଥାଏ । ତେଣୁ ଭାବି ଜୀବନସାଥୀର ରୂପ ଅପେକ୍ଷା ଗୁଣକୁ ପ୍ରାଥମିକତା ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ସଫଳ ବୈବାହିକ ଜୀବନ ପାଇଁ ସମ୍ପର୍କରେ ଭଲପାଇବା ଓ ସମ୍ମାନ ରହିବା ଉଚିତ ।

 

Get real time updates directly on you device, subscribe now.