fbpx

ଭିଜିଲାନ୍ସ ଜାଲରେ ପୋଲିସ ASI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ପୋଲିସ ଏଏସଆଇ । ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଟିମ୍ ଶ୍ରୀ ନାୟକଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ମନୋରଞ୍ଜନ ବେହେରାଙ୍କର ଏକ ଜମିଜମା ସଂକ୍ରାନ୍ତୀୟ ମାମଲା ରହିଥିଲା । ଏହି ମାମଲାରେ ଥାନାରୁ ଜାମିନ କରାଇଦେବା ପାଇଁ ଶ୍ରୀ ନାୟକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ମନୋରଞ୍ଜନ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ୨ ହଜାର ଦେବାକୁ ରାଜି ହୋଇଥିଲେ । ଏହାପରେ ମନୋରଞ୍ଜନ ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଏସପିଙ୍କ ନେତୃତ୍ୱାଧୀନ ଟିମ୍ ଶ୍ରୀ ନାୟକଙ୍କୁ ସକାଳ ୯ଟାରେ ଧରିଥିଲା । ଏଥିସହ ଶ୍ରୀ ନାୟକଙ୍କୁ ଗିରଫ କରାଯାଇ ତାଙ୍କର ଅଫିସ, ସରକାରୀ ବାସଗୃହ, ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.