fbpx

ବଟି ମାଗୁଛନ୍ତି ପୋଲିସ ବାବୁ: ୫୦ ହଜାର ଟଙ୍କା ବଟି ମାଗିବା ନେଇ ଅଭିଯୋଗ

କଟକ:ପୋଲିସ ମାନେ ଜନସାଧାରଣଙ୍କ ରକ୍ଷାକର୍ତ୍ତା ହୋଇଥାନ୍ତି । ଜନ ସାଧାରଣ ପୋଲିସକୁ ଭରଷା କରି ନିରାପଦରେ ଘର ବାହାରକୁ ଯାଇଥାନ୍ତି । କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜିବ କିଏ ବା କଣ କରି ପାରିବ । ତେବେ ପୋଲିସ ବାବୁ ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ବଟି ମାଗୁଥିବାର ଭିଡିଓ ଭାଇରାଲ ହେଉଛି । କଟକରେ ପୋଲିସ ବାବୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ଗାଡ଼ି ଷ୍ଟାଣ୍ଡ ମାଲିକଙ୍କ ଠାରୁ ୫୦ହଜାର ଟଙ୍କା ବଟି ମାଗିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ବାବୁ ବଟି ମାଗୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ପାର୍କିଂ ଷ୍ଟାଣ୍ଡର ମାଲିକଙ୍କ ଠାରୁ ଥାନା ଆଇଆଇସି ୫୦ ହଜାର ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.