fbpx

ବିନା ହେଲମେଟରେ କାହିଁକି ଗାଡ଼ି ଚଳାଉଛ- ଏପରି ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଗାଈଗୋରୁ ପରି ପିଟିଲେ ଦୁଇ କନଷ୍ଟେବଳ

ନୂଆଦିଲ୍ଲୀ: ଅନେକ ସମୟରେ ପୋଲିସର ଜୁଲୁମର ଶିକାର ହୋଇଥାନ୍ତି ସାଧାରଣ ନିରୀହ ଜନତା । ତେବେ ଦୋଷ ନକରି ଜଣେ ସାମ୍ବାଦିକଙ୍କୁ ପୋଲିସ ପ୍ରବଳ ପିଟିଛି । ପୋଲିସ ନିଜେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହାକୁ ବିରୋଧ କରିବାର ଫଳ ଭୋଗିଛନ୍ତି ଜଣେ ସାମ୍ବାଦିକ ।

ଜଣାପଡ଼ିଛି ଯେ, ଆସାମର ବାସୁଗାଁରେ ଏହି ଘଟଣାଟି ଘଟିଛି । ସର୍ବସମ୍ମୁଖରେ ଦୁଇଜଣ କନଷ୍ଟେବଳ ଜଣେ ସାମ୍ବାଦିକଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ବର୍ତ୍ତମାନ କୋଭିଡ୍ ସମୟ ଚାଲିଥିବାରୁ ଡ୍ୟୁଟିରେ ଥିବା ଦୁଇଜଣ ପୋଲିସ ଲୋକଙ୍କୁ ସଚେତନ କଥା । ମାତ୍ର ସେମାନେ ଖୁଲମଖୁଲ୍ଲା ନିୟମ ଉଲ୍ଲଂଘନ କରିବା ସହ ବିନା ହେଲମେଟରେ ବୁଲୁଥିଲେ । ଏହା ଦେଖି ସମ୍ପୃକ୍ତ ସାମ୍ବାଦିକ ଜଣଙ୍କ ପୋଲିସବାବୁଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ବାବୁମାନଙ୍କ ମୁଣ୍ଡ ଗରମ ହୋଇଯାଇଥିଲା । ବିଧା, ଗୋଇଠା ମାଡ଼ ସହ ଗାଈଗୋରୁ ପରି ଛେଚିଲେ ସାମ୍ବାଦିକଙ୍କୁ । ତେବେ ଏହି ଘଟଣାଟି ପ୍ରଘଟ ହେବା ଦୁଇ ପୋଲିସଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏନେଇ ଉକ୍ତ ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ, ଯଦି ଏହି ଘଟଣା ଦିନରେ ନଘଟି ରାତିରେ ଘଟିଥାନ୍ତା ତେବେ ପୋଲିସ ମୋତେ ଗୁଳି କରି ମାରିଦେଇଥାନ୍ତା ।

Get real time updates directly on you device, subscribe now.