fbpx

Video: ପାରାକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ପୋଲିସ ବାବୁ; ଜିତିଲେ ଲୋକଙ୍କୁ ହୃଦୟ

ପ୍ରାୟତଃ ଇଣ୍ଟରନେଟରେ କେତେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଭାଇରାଲ ହୋଇଥାଏ । ବେଳେବେଳେ ୟୁଜର୍ସମାନେ ଭିଡିଓ ଦେଖିବା ମାତ୍ରେ ଭୟଭୀତ ହୋଇଯାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ପାରାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇ ଲୋକଙ୍କ ହୃଦୟ ଜିତିବା ଆରମ୍ଭ କରିଛି । ଭିଡିଓରେ, ଗୋଟିଏ ପାରା ହୋର୍ଡିଂ ଉପରେ ଲାଗିଥିବା ଏକ ସୂତାରେ ଫସି ରହିଥିବାର ନଜର ଆସିଛି । ସୂତାଟି ପତଳା ହୋଇଥିବାରୁ ପାରା ସୂତାକୁ ଦେଖି ପାରି ନଥିଲା ଏବଂ ଉଡ଼ୁଥିବା ସମୟରେ ଏଥିରେ ଫସି ଯାଇଥିଲା । ଆହତ ହେବା ପରେ ପାରାଟି ଉଡ଼ିବାରେ ଅସମର୍ଥ ହୋଇଥିଲା । ଏଭଳି ପରିସ୍ଥିତିରେ ଜଣେ ଟ୍ରାଫିକ ପୋଲିସ ପାରାଟିକୁ ସାହାଯ୍ୟ କରିଥିବାର ନଜର ଆସିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ବାଙ୍ଗାଲୋରର ଆଇପିଏସ୍ ଅଧିକାରୀ କୁଲଦୀପ କୁମାର ଜେନା ଟ୍ୱିଟରରେ ସେୟାର କରିଛନ୍ତି । ଏହି ଭିଡିଓରେ ବେଙ୍ଗାଲୁରୁର ଜଣେ ଟ୍ରାଫିକ୍ ପୋଲିସ୍ କୌଣସି ସୁରକ୍ଷା ଉପକରଣ ବିନା ହୋର୍ଡିଂ ଉପରକୁ ଚଢି ପାରାକୁ ଉଦ୍ଧାର କରୁଥିବାର ଦେଖିବାକୁ ମିଳିଛି । ଏହା ଦେଖିବା ପରେ ୟୁଜରମାନେ ବେଙ୍ଗାଲୁରୁ ପୋଲିସ କର୍ମଚାରୀଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.