fbpx

ଭୁବନେଶ୍ୱର ଓ କଟକ ସହରରେ ଆସନ୍ତାକାଲିଠାରୁ 5-ଜି ସେବା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରରେ ଆସନ୍ତାକାଲିଠାରୁ ଫାଇଭ୍‍-ଜି ସେବା ଆରମ୍ଭ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଦୂରସଂଚାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‍ଘାଟନ କରିବେ ବୋଲି ଜଣାପଡିଛି । ଏହସହ ୧୦୦ଟି ଟେଲିକମ୍‍ ଟାୱାରର ମଧ୍ୟ ଉଦ୍‍ଘାଟନ କରିବେ । ଏଥିସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍‍ ସଂସ୍ଥାନ ଓ ଟେଲିକମ୍‍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ବୋଲି ଜଣାପଡିଛି । ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ମଧ୍ୟ ଫାଇଭ୍‍-ଜି ସେବା ଉପଲବ୍ଧ ହେବ ।

ଓଡ଼ିଶାରେ ୨ଟି ଟେଲିକମ୍‍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲକୁ ଫାଇଭ୍‍-ଜି ସେବା ଯୋଗାଇବା ପାଇଁ ଅନୁମତି ମିଳିଛି । ସୂଚନା ଅନୁସାରେ, ଓଡ଼ିଶାରେ ଜାନୁୟାରୀରେ ଫାଇଭ୍‍-ଜି ସେବା ଆରମ୍ଭ ହେବା ନେଇ ପୂର୍ବରୁ ଶ୍ରୀ ବୈଷ୍ଣବ କହିଥିଲେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ପରୀକ୍ଷାମୂଳକ ଭାବେ ଫାଇଭ୍‍-ଜି ସେବା ଆରମ୍ଭ ହୋଇଥିଲା ।

ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଫାଇଭ୍ ଜି ସେବା ସହିତ ରାଜ୍ୟର ଗ୍ରାମାଂଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରିବେ । ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ।

Get real time updates directly on you device, subscribe now.