fbpx

ସାଧାରଣତନ୍ତ୍ର ଦିବସ ପାଇଁ ବ୍ୟାପକ ସୁରକ୍ଷା: ସୁଧାଂଶୁ

ଭୁବନେଶ୍ୱର,୨୫ ।୧(ଓଡ଼ିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ଏହା ସହ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁରକ୍ଷା ପ୍ରସଙ୍ଗରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପରେଡ୍ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ହୋଇଛି । ଭିଆଇପି ଓ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସତର୍କ ରହିଛୁ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

Get real time updates directly on you device, subscribe now.