fbpx

(Video) ତୁ ପୋଲିସ ନା ଅମଣିଷ, ତୋ ବାପା ବୟସର ବୃଦ୍ଧଙ୍କୁ କୁକୁର ଭଳି ପିଟୁଛୁ, ଗୋଇଠା ମାରୁଛୁ କ’ଣ

ନୂଆଦିଲ୍ଲୀ: ଆଜିକାଲିର ମଣିଷଙ୍କ ପାଖରୁ ମାନବୀୟତା ସତେ ଯେମିତି ଦିନକୁ ଦିନ ହଜି ଯାଉଛି । ତା’ ହୋଇନଥିଲେ ଗରିବ, ମଳିମୁଣ୍ଡିଆ ଲୋକଙ୍କୁ ସରକାରୀ ବାବୁମାନେ ଏପରି କୁକୁର, ମାଙ୍କଡ଼ ପରି ବ୍ୟବହାର କରନ୍ତେ କାହିଁକି । ନିକଟରେ ମଧ୍ୟପ୍ରଦେଶର ଜବଲପୁରରେ ଜଣେ ପୋଲିସ କନଷ୍ଟେବଳ ଜଣେ ବୃଦ୍ଧଙ୍କ ଉପରେ ନିଜର ପାୱାର ଦେଖାଇଛନ୍ତି । ବାବୁ ଜଣଙ୍କ ବୃଦ୍ଧଙ୍କୁ ଗୋଇଠା ପରେ ଗୋଇଠା ମାରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଓରେ ଦେଖାଯାଉଛି, କନେଷ୍ଟବଳ ବାବୁ ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ ପିଟି ଚାଲିଛନ୍ତି । ଲାଗୁଥିଲା ଯେମିତି ନିରୀହ ବୃଦ୍ଧ ଜଣଙ୍କ ପୋଲିସ ବାବୁଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା କରଜ ନେଇଛନ୍ତି । ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ପ୍ରଶାସନ କ୍ଷେତ୍ରରେ ହଡ଼କମ୍ପ ମଚି ଯାଇଥିଲା । ପରେ ଉକ୍ତ ବାବୁଙ୍କ ଚାକିରିରୁ ସସପେଣ୍ଡ କରାଯାଇଥିଲା ।

ଘଟଣାଟି ଜବଲପୁର ରେଲୱେ ପ୍ଲାଟଫର୍ମ ନମ୍ବର-୫ରେ ଘଟିଥିଲା । କନେଷ୍ଟବଳ ଜଣଙ୍କ ରୀୱାରେ ରହୁଥିବା ବେଳେ ଘଟଣା ଦିନ ସେ ଜବଲପୁରରୁ ରେୱା ଯାଉଥିଲେ । ତେବେ ମାଡ଼ ଖାଇଥିବା ବୃଦ୍ଧ ଜଣଙ୍କ ମଦ ପିଇ ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଜିଆରପି ଥାନା ପ୍ରଭାରୀ କହିଛନ୍ତି । କନେଷ୍ଟବଳ ବୃଦ୍ଧଙ୍କୁ ଏନେଇ ବାରଣ କରିବାରୁ ସେ ତାହାକୁ ମାନିନଥିଲେ । ଫଳରେ ପୋଲିସ ବାବୁ ବୃଦ୍ଧଙ୍କୁ ବୁଝାଇବା ପରିବର୍ତ୍ତେ ନିଜ ଷ୍ଟାଇଲରେ ମାରି ଚାଲିଥିଲେ ।

Get real time updates directly on you device, subscribe now.