fbpx

ବର୍ଷା ଦିନରେ କାୟା ବିସ୍ତାର କରେ ଡେଙ୍ଗୁ ଫିଭର: ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର

ଓଡିଶା ଭାସ୍କର: ବର୍ଷା ଦିନରେ ଡେଙ୍ଗୁଜ୍ୱର ଅଧିକ ମାତ୍ରାରେ ବ୍ୟାପିଥାଏ। ଡେଙ୍ଗୁ ବ୍ୟତୀତ ମଶାମାନଙ୍କଦ୍ୱାରା ବ୍ୟାପୁଥିବା ଅନ୍ୟାନ୍ୟ ରୋଗ ମଧ୍ୟ ଲଗାତାର ବଢିଥାଏ। ତେବେ ପରିବେଶରେ ପାଣି ଏବଂ ଅଳିଆ ଆବର୍ଜନା ଜମି ରହୁତିବାରୁ ମଶାମାନେ ବଂଶବୃଦ୍ଧି କରି ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗକୁ ପ୍ରକୋପକୁ ବୃଦ୍ଧି କରନ୍ତି। ତେବେ ଏହି ରୋଗ କବଳରୁ ବଞ୍ଚିବା ପାଇଁ ଆପଣଙ୍କୁ ବିଶେଷ ଉପଚାର କରିବା ଆବଶ୍ୟକ। ମଶା କାମୁଡିବା ଦ୍ୱାରା ଏହି ଭାଇରାଲ ଫିଭର ବ୍ୟାପିଥାଏ। ତେବେ ବର୍ଷାଦିନେ କିଛିଟା ସତର୍କତା ଅବଲମ୍ବନ କଲେ ଡେଙ୍ଗୁରୁ ମୁକ୍ତି ମିଳିପାରିବ।

ଡେଙ୍ଗୁ ହେଉଛି ଏକ ସଂକ୍ରାମକ ରୋଗ, ଯାହା ଏଡିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ। ତେବେ ବର୍ଷାରେ ଡେଙ୍ଗୁ ମାମଲା ଅଧିକ ବଢିଯାଇଥାଏ। ଏହି ରୋଗରେ ପ୍ରବଳ ଜ୍ୱର ସହିତ ରୋଗୀଙ୍କର ପ୍ଲେଟଲେଟ କମ ହୋଇଯାଇଥାଏ। ଏବଂ ଶରୀର ମଧ୍ୟ କମଜୋର ହୋଇଯାଏ। ତେବେ ସଠିକ ସମୟରେ ଏହାର ଚିକିତ୍ସା ନ କରାଇଲେ ସ୍ଥିତି ଗମ୍ଭୀର ହୋଇପାରେ। ତେଣୁ ଜ୍ୱର ହେବା କ୍ଷଣି ସମସ୍ତେ ନିଜର ରକ୍ତ ପରୀକ୍ଷା କରାଇନେବା ଉଚିତ।

ଡେଙ୍ଗୁର ଲକ୍ଷଣ:

• ଅଚାନକ ପ୍ରବଳ ଜ୍ୱର

• ପ୍ରବଳ ମୁଣ୍ଡବିନ୍ଧା

• ଆଖି ତଳେ ଯନ୍ତ୍ରଣା ଅନୁଭବ କରିବା

• ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା

• ଅତ୍ୟଧିକ ଥକାପଣ

• ଅଧିକ ବାନ୍ତି ହେବା

• ଚର୍ମରେ ଦାଗ

• ନାକରୁ ରକ୍ତସ୍ରାବ

ଡେଙ୍ଗୁ ଜ୍ୱର ହେଲେ ରୋଗୀଙ୍କ ଦେହରେ ଉପରୋକ୍ତ ଲକ୍ଷଣମାନ ଦେଖାଯାଇଥାଏ।

ଡେଙ୍ଗୁ ରୋଗର ଉପଚାର:

ଡାକ୍ତର ଏବଂ ଏକ୍ସପର୍ଟଙ୍କ କହିବା ଅନୁସାରେ, ଡେଙ୍ଗୁରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ମଶାମାନଙ୍କଠାରୁ ବଞ୍ଚିବାକୁ ପଡିବ। କାଲି ବାସନ କିମ୍ବା ହାଣ୍ଡି ଇତ୍ୟାଦିରେ ବର୍ଷାପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ସେହିପରି କୁଲର ପାଣିକୁ ସମୟ ସମୟରେ ପରିବର୍ତ୍ତନ କରନ୍ତୁ। ମଶାମାନଙ୍କ କବଳରୁ ବଞ୍ଚିବା ପାଇଁ ହେଲେ ବ୍ୟବହାର କରନ୍ତୁ ମସ୍କ୍ୟୁଟୋ କ୍ରିମ ଅଥବା ଲୋସନ। ରାତିରେ ମଶାଧୂପ ଏବଂ ମଶାରୀ ଟାଙ୍ଗି ଶୋଇବା ଆରମ୍ଭ କରନ୍ତୁ। ଏଥି ସହିତ ଜ୍ୱର କିମ୍ବା ଉପରୋକ୍ତ କୌଣସି ବି ଲକ୍ଷଣ ଦେଖାଲେ ଯଥାଶୀଘ୍ର ବ୍ଲଡ ଟେଷ୍ଟ କରିବା ସହ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ତେବେ ପ୍ରଥମରୁ ଏହାର ଚିକିତ୍ସା ଆରମ୍ଭ କଲେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଆପଣ ଡେଙ୍ଗୁ ରୋଗରୁ ମୁକ୍ତି ପାଇପାରିବେ। ଅନ୍ୟପକ୍ଷରେ ପ୍ଲେଟଲେଟ ବଢାଇବା ପାଇଁ ସ୍ୱାସ୍ଥ୍ୟକର ବା ସୁଷମ ଖାଦ୍ୟ ନିଜ ଡାଏଟରେ ସାମିଲ କରନ୍ତୁ।

Get real time updates directly on you device, subscribe now.