fbpx
BSKY
BJD SHG SKY
BJD MC SKY

ମ୍ୟାଚ୍ ଚାଲୁଥିବା ସମୟରେ ଷ୍ଟାଡିୟମରେ ହେଲା ଆତ୍ମଘାତୀ ବିସ୍ଫୋରଣ

କାବୁଲ୍ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି । କାବୁଲ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ସ୍ପାଗୀଜା ଟି-୨୦ କ୍ରିକେଟ୍ ଲିଗ୍ ସମୟରେ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ପୋରଣ ପରେ ଲୋକମାନେ ଏଣେତେଣେ ଧାଇଁଥିଲେ ଏମିତିକି ଖେଳାଳିମାନେ ମଧ୍ୟ ଏକ ବଙ୍କର ଭିତରକୁ ଦୌଡ଼ିଥିଲେ ।

ବିସ୍ଫୋରଣ ବନ୍ଦ-ଏ-ଆମରୀ ଡ୍ରାଗନ୍ସ ଏବଂ ପାମରୀ ଜାଲମୀ ମଧ୍ୟରେ ହେଉଥିବା ମ୍ୟାଚ୍ ସମୟରେ ହୋଇଥିଲା । ଏହି ସମୟରେ ଆମେରିକାର ଅନେକ ଅଧିକାରୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ନେଇ ସୂଚନା ରହିଛି । ସ୍ପାଗୀଜା କ୍ରିକେଟ ଲିଗ୍ ଆଇପିଏଲ ଭଳି ଟି-୨୦ ଫର୍ମାଟରେ ହୋଇଥିାଏ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ୨୦୧୯ ଏହାକୁ ଆରମ୍ଭ କରିଥିଲା ।

ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନ ତାଲିବାନ ଅଧୀନକୁ ଯିବା ପରଠାରୁ ଅନେକ ବିସ୍ଫୋରଣ ସାମ୍ନାକୁ ଆସିଛି । ଗତ ଜୁନ୍ ମାସରେ ଏକ ଗୁରୁଦ୍ୱାର ନିକଟରେ ବ୍ଲାଷ୍ଟରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମେ ମାସରେ କାବୁଲର ମଜର-ଆଇ-ସରିଫରେ ଏକ ବିସ୍ଫୋରଣରେ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଗଭୀର ଭାବରେ ଆହତ ହୋଇଥିଲେ । ସେହି ମେ ମାସରେ ଏକ ମସଜିଦରେ ବିସ୍ପୋରଣରେ ୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଆହୁରି ମଧ୍ୟ ତିନିଟି ବସରେ ବିସ୍ପୋରଣରେ ୯ ଜଣଙ୍କ ମତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.