fbpx

ବଦଳିଲା ‘ଅଗ୍ନିପଥ’ର ନଜାରା: ବିକ୍ଷୋଭକାରୀ ନୁହେଁ, ପୋଲିସ କରୁଛି ପଥରମାଡ, ଜାଣନ୍ତୁ ଘଟଣା

AAKASH

ନୂଆଦିଲ୍ଲୀ: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବଢୁଥିବା ବିରୋଧକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତଥାପି ବିରୋଧ ଥମିବାର ନାଁ ନେଉନି । ସେପଟେ ରାଜସ୍ଥାନ ପୋଲିସ ଏବେ ଫୁଲ ଆକ୍ସନ ମୋଡକୁ ଆସିଛି । ଭରତପୁରରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ଆକ୍ରମଣ ମାମଲାରେ ଏବେ କାଯର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ବିକ୍ଷୋଭରେ ସାମିଲ ଥିବା ଯୁବକମାନଙ୍କୁ ଗିରଫ କରି ଚାଲିଛି ।

ସୂଚନା ଅନୁସାରେ, ଗତ ୧୭ ତାରିଖ ଭରତପୁର ରେଲୱେ ଷ୍ଟେସନରେ ପୋଲିସ ଏବଂ ଯୁବକଙ୍କ ମଧ୍ୟରେ ଖୁବ ପଥରମାଡ ହୋଇଥିଲା । ଏହି ଘଟଣାରେ ପୋଲିସର ଜଣ ଯବାନ ଗମ୍ଭୀର ଆହତ ହୋଇଛନ୍ତି । ତେବେ ଘଟଣାର ଭିଡିଓ ମିଳିବା ପରେ ପୋଲିସକୁ ନେଇ ଉଠିଥିଲା ଆଙ୍ଗୁଠି । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ବେଳେ ପୋଲିସ ତରଫରୁ ପଥରମାଡ କରାଯାଇଥିଲା । ଯାହାର ଭିଡିଓ ଏବେ ସାମନାକୁ ଆସିଛି । ରେଳ ଲାଇନରେ ବିରୋଧ କରୁଥିବା ପ୍ରଦର୍ଶନକାରୀମାନଙ୍କ ଉପରେ ପୋଲିସର ଏକ ଟିମ ପଥରମାଡ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେଣୁ ଏହାର ଜବାବରେ ବିକ୍ଷୋଭକାରୀମାନେ ମଧ୍ୟ ପୋଲିସ ଉପରକୁ ପଥରମାଡ କରିଥିଲେ ।

ତେବେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠିବାରୁ ରେଲୱେ ଲାଇନ ଉପରେ କବଜା କରି ଶହ ଶହ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଥିବା କହିଛନ୍ତି ସିଟି ସିଓ ସତୀଶ ବର୍ମା । ତେବେ ସେମାନଙ୍କୁ ସେଠାରୁ ହଟିବା ପାଇଁ କୁହାଯିବାରୁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ବୋଲି କୁହାଯାଇଛି । ପୋଲିସ କଥାକୁ ବିରୋଧ କରି ପ୍ରଦର୍ଶନକାରୀମାନେ ପଥରମାଡ ଆରମ୍ଭ କରିଥିଲେ । ଏହି ପଥରମାଡରେ କିଛି ପୋଲିସକର୍ମୀ ଆହତ ହୋଇଥିବା ମଧ୍ୟ ସେ କହିଛନ୍ତି । ତେବେ ପୋଲିସ ସେମାନଙ୍କୁ ପଥରମାଡ କରିବା ଘଟଣାକୁ ସେ ମିଛ ବୋଲି ସଫେଇ ଦେଇଛନ୍ତି ।

Get real time updates directly on you device, subscribe now.