fbpx

ପ୍ରତ୍ୟାହାର ହେବନାହିଁ ଅଗ୍ନିପଥ ଯୋଜନା, ଭାରତୀୟ ସେନା ସବୁ ନିଯୁକ୍ତି ଏହାଦ୍ୱାରା ହେବ: ଡିଏମଏ

AAKASH

ନୂଆଦିଲ୍ଳୀ: ଅଗ୍ନିପଥ ସ୍କିମ ଉପରେ ଭାରତୀୟ ସେନା ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସେନା ବିଭାଗ ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୂରୀ ସମୀକ୍ଷା ବୈଠକ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲମ୍ବା ସମୟରୁ ଏହି ସୁଧାର ନେଇ ଯୋଜନା କରାଯାଉଥିଲା । ବୈଠକରେ ତିନି ସେନାମୁଖ୍ୟ ସାମିଲ ହୋଇଥିଲେ ।

ସେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମକୁ ଯୁବକଙ୍କ ଆବଶ୍ୟକ ରହିଛି । ଆଜି ସେନାର ହାରାହାରି ବୟସ ୩୨ ବର୍ଷ ରହିଛି, ଏହାକୁ ଆମେ କମ୍ କରି ୨୬ ବର୍ଷ କରିବାକୁ ଚେଷ୍ଟା କରୁଛୁ । ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ ଯୁବକ ଅଧିକ ରିସ୍କ ନେଇଥାନ୍ତି ଯାହା ସମସ୍ତଙ୍କୁ ଜଣା ଅଛି । ସେ କହିଥିଲେ ଯେ ୧୯୮୯ ରେ ଏହି ଯୋଜନା ଉପରେ ବିଚାର କରିବା ଆରମ୍ଭ ହୋଇଥିଲା ଏବଂ ଏହାକୁ ଲାଗୁ କରିବା ପୂର୍ବରୁ ଅନେକ ଦେଶର ସେନାରେ ନିଯୁକ୍ତି ଏବଂ ସେମାନଙ୍କର ଏଗ୍ଜିଟ୍ ପ୍ଲାନର ଅଧ୍ୟୟନ କରାଯାଇଥିଲା ।

ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ ‘ଅଗ୍ନିବୀର’ଙ୍କୁ ସିୟାଚୀନ ଏବଂ ଅନ୍ୟ କ୍ଷେତ୍ରରେ ନିୟୋଜିତ ସେନା ଯବାନଙ୍କ ପରି ଭତ୍ତା ମିଳିବ । ସେବା ସର୍ତ୍ତରେ ସେମାନଙ୍କ ସହ ଭେଦଭାବ କରାଯିବନାହିଁ । ଯେଉଁ କପଡ଼ା ଜବାନ ପିନ୍ଧୁଛନ୍ତି ସେହି କପଡ଼ା ଅଗ୍ନିବୀର ପିନ୍ଧିବେ, ଯେଉଁଠାରେ ଯବାନ ଖାଦ୍ୟ ଖାଉଛନ୍ତି ସେଠାରେ ଅଗ୍ନିବୀର ଖାଦ୍ୟ ଖାଇବେ । ଯେଉଁଠାରେ ସେନା ଯବାନ ରହୁଛନ୍ତି ସେହିଠାରେ ଅଗ୍ନିବୀର ହିଁ ରହିବେ ।

ସେନା ତରଫରୁ କୁହାଯାଇଛି ଯେ ଆସନ୍ତା ୪-୫ ବର୍ଷ ମଧ୍ୟରେ ୫୦-୬୦ ହଜାର ସୈନିକଙ୍କୁ ଭର୍ତ୍ତିକରାଯିବ । ଏହାପରେ ଏହାକୁ ବଢ଼ାଯାଇ ୯୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ କରାଯିବ । ଏହି ଯୋଜନାର ବିଶ୍ଲେଷଣ କରିବା ପାଇଁ ୪୬ ହଜାର ଯବାନଙ୍କ ଠାରୁ ଆରମ୍ଭ କରାଯିବ ।

ସେପଟେ ସ୍କିମକୁ ପ୍ରତ୍ୟାହାର ନେଇ ସମ୍ଭାବନାକୁ ସେନା ପ୍ରତ୍ୟାଖ୍ୟାନ କରିଛି । ସେନା ତରଫରୁ କୁହାଯାଇଛି ଯେ ଅଗ୍ନିପଥ ସ୍କିମକୁ ପ୍ରତ୍ୟାହାର କରାଯିବ ନାହିଁ । ସେନା ବୟାନରେ କହିଛି ଯେ କୋଚିଂ ସଂସ୍ଥାନ ଛାତ୍ରକୁ ଉସ୍କାଉଛନ୍ତି । ଛାତ୍ରଙ୍କୁ ହିଂସା କରିବା ଦରକାର ନାହିଁ ।

ପେସମିଟରେ ସେନା ତରଫରୁ କୁହାଯାଇଛି ଯେ ଅଗ୍ନିବୀର ନିଯୁକ୍ତି ପାଇଁ ପୋଲିସ ଭେରିଫିକେସନ କରାଇବାକୁ ପଡ଼ିବ । ପୋଲିସ୍ ଯାଞ୍ଚ ସମୟରେ ଏହା ଦେଖାଯିବ ଯେ ଅଂଶଗ୍ରହଣକାରୀ କୌଣସି ପ୍ରକାର ବିକ୍ଷୋଭରେ ସାମିଲ୍ ନାହାଁନ୍ତି ।

ଭାରତୀୟ ବାୟୁସେନା ଅଧିକାରୀ ଏୟାର ମାର୍ଶଲ ଏସ.କେ ଝା କହିଛନ୍ତି, ଅଗ୍ନିବୀର ପ୍ରଥମ ବ୍ୟାଚ୍ ପଞ୍ଜୀକରଣ ପ୍ରକ୍ରିୟା ଜୁନ୍ ୨୪ ରୁ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ଅନଲାଇନ୍ ପରୀକ୍ଷା ପ୍ରକ୍ରିୟା ଜୁଲାଇ ୨୪ ରୁ ଆରମ୍ଭ ହେବ । ଡିସେମ୍ବର ସୁଦ୍ଧା ପ୍ରଥମ ବ୍ୟାଚ୍ ନାମ ଲେଖାଯିବ ଏବଂ ଡିସେମ୍ବର ୩୦ ସୁଦ୍ଧା ତାଲିମ ଆରମ୍ଭ ହେବ । ଅଗ୍ନିପଥ ଯୋଜନାରେ ଭାରତୀୟ ନୌସେନାର ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୨୧ ରୁ ପ୍ରଥମ ନୌସେନା ଅଗ୍ନିବୀର ତାଲିମ ପ୍ରତିଷ୍ଠାନ ଓଡ଼ିଶାର ଆଇଏନଏସ ଚିଲିକା ଠାରେ ପହଞ୍ଚିବା ଆରମ୍ଭ ହେବ। ଏଥିପାଇଁ ଉଭୟ ପୁରୁଷ ଏବଂ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ଅନୁମତି ଦିଆଯାଇଛି।

ଭାରତୀୟ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ବଂଶୀ ପୋନ୍ନାପ୍ପା କହିଛନ୍ତି ଯେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆମେ ୨୫,୦୦୦ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ପାଇବୁ ଏବଂ ଦ୍ୱିତୀୟ ବ୍ୟାଚ୍ ଫେବୃଆରୀ ୨୦୨୩ ରେ ୪୦,୦୦୦ ଅଗ୍ନିବୀରଙ୍କୁ ନିଆଯିବ ।

Get real time updates directly on you device, subscribe now.