fbpx

ବିଶୃଙ୍ଖଳା କରୁଥିବା ଯୁବକଙ୍କୁ ମିଳିବନି ଅଗ୍ନିପଥରେ ଏଣ୍ଟ୍ରି: ସେନା

AAKASH

ଅଗ୍ନିପଥ ଯୋଜନା ଅନୂଯାୟୀ ସେନାବାହିନୀରେ ଯୋଗଦେବାକୁ ଥିବା ପ୍ରାର୍ଥୀଙ୍କୁ ଶପଥ ନେବାକୁ ପଡ଼ିବ ଯେ ସେମାନେ କୌଣସି ପ୍ରକାରର ବିକ୍ଷୋଗ କିମ୍ବା  ବିରୋଧ ପ୍ରଦର୍ଶନର ଅଂଶ ହୋଇନାହାଁନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପାଣ୍ଡେ କହିଛନ୍ତି ଯେ ଅନୁଶାସନ ହେଉଛି ଭାରତୀୟ ସେନାର ମୂଳଦୁଆ। ଏଠାରେ ବିଶୃଙ୍ଖଳା କିମ୍ବା ବିରୋଧର ସ୍ଥାନ ନାହିଁ  ।  ସମସ୍ତଙ୍କୁ ପୋଲିସ୍ ଯାଞ୍ଚ କରିବାକୁ ପଡିବ ।

ଲେଫ୍ଟନାଣ୍ଟ ଜେନେରାଲ୍ ଅରୁଣ ପୁରୀ କହିଛନ୍ତି ଯେ ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି, ତେବେ ସେ ସେନାରେ ଯୋଗ ଦେଇ ପାରିବେ ନାହିଁ । ପ୍ରାର୍ଥୀ ଫର୍ମ ପୂରଣ କରିବା ସମୟରେ ଲିଖିତ ଭାବରେ କହିବାକୁ ହେବ ଯେ ସେ କୌଣସି ବିକ୍ଷୋଭ କିମ୍ବା ବିରୋଧ ପ୍ରଦର୍ଶନରେ ସାମିଲ ନଥିଲେ । ସେମାନଙ୍କର ପୋଲିସ୍ ଭେରିଫିକେସନ ମଧ୍ୟ କରାଯିବ।

ଅଗ୍ନିପଥ ଯୋଜନା ବିଷୟରେ ଲେଫ୍ଟ ଜେନେରାଲ ବଂସୀ ପୋନ୍ନାପ୍ପା କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଆମେ ୨୫ ହଜାର ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ପାଇବୁ। ଏହା ପରେ, ଦ୍ୱିତୀୟ ବ୍ୟାଚ୍ ଫେବୃଆରୀ ୨୦୨୩ ସୁଦ୍ଧା ଆରମ୍ଭ ହେବ । ଏହି ବ୍ୟାଚରେ ପ୍ରାୟ ୪୦ ହଜାର ଅଗ୍ନିବୀରଙ୍କୁ ତାଲିମ ଦିଆଯିବ ।

ଭାଇସ୍ ଆଡମିରାଲ୍ ଦୀନେଶ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ନୌସେନାର ବିଭିନ୍ନ ଜାହାଜରେ ୩୦ ଜଣ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆମେ ସ୍ଥିର କରିଛୁ ଯେ ଅଗ୍ନିପଥ ଯୋଜନାରେ ଆମେ ଏଥିରେ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ଦେବୁ। ଏପରିକି ସେମାନଙ୍କୁ ଯୁଦ୍ଧ ଜାହାଜରେ ନିୟୋଜିତ କରାଯିବ ।

 

Get real time updates directly on you device, subscribe now.