fbpx

୨୪ ଜୁନରୁ ଆରମ୍ଭ ହେବ ନିଯୁକ୍ତି: ଅଗ୍ନିପଥ ପାଇଁ କେବେ ହେବ ଅଗ୍ନିପରୀକ୍ଷା?

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ “ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଜଳୁଛି ନିଆଁ । ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଯୁବଗୋଷ୍ଠୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛି । ତେବେ ଅଗ୍ନିବୀରମାନଙ୍କ ଭବିଷ୍ୟତ ପାଇଁ ଏହି ଯୋଜନାରେ ବଡ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି କେନ୍ଦ୍ର ସରକାର । ଏହାବ୍ୟତୀତ ୩ ସେନା ମଧ୍ୟରେ ଏକ ବୈଠକ ପରେ ଏ ନେଇ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି । ଏଥିରେ ଅଗ୍ନିବୀର ପାଇଁ ନିଯୁକ୍ତି ନେଇ ସୂଚନା ଦିଆଯାଇଛି ।

ଅଗ୍ନିବୀରର ପ୍ରଥମ ବ୍ୟାଚ ଆସନ୍ତା ଡିସେମ୍ବର ସୁଦ୍ଧା ରେଜିମେଣ୍ଟାଲ କେନ୍ଦ୍ରରେ ସାମିଲ କରାଯିବ । ସେହିପରି ଆସନ୍ତାବର୍ଷ ମଧ୍ୟ ଭାଗରେ ସେମାନଙ୍କୁ ନିୟୋଜିତ କରିବା ପାଇଁ ଉପଲବ୍ଧ ହୋଇପାରିବେ । ଅନ୍ୟ ପକ୍ଷରେ ବାୟୁସେନା ମଧ୍ୟ ଏ ନେଇ ଘୋଷଣା କରିଛି । ତେବେ ଆସନ୍ତୁ ଜାଣିବା ଏମାନଙ୍କ ନିଯୁକ୍ତିକୁ ନେଇ ଆସିଥିବା କିଛି ନୂଆ ତଥ୍ୟ ।

ବିରୋଧ ପରେ ମଧ୍ୟ ସରକାର ଆସନ୍ତା ୨ ଦିନ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାଯାଇଛି ।

ଆସନ୍ତା ଜୁନ ୨୪ ତାରିଖରୁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ । ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ଏବଂ ବାୟୁ ସେନା ପ୍ରମୁଖ ବି.ଆର ଚୌଧୂରୀ ଏ ନେଇ ସୂଚନା ଦେଇଛନ୍ତି ।

ଏଥିରେ ନିଯୁକ୍ତି ପାଇଁ ୱେବସାଇଟରେ ଉପଲବ୍ଧ ହୋଇପାରିବ । ଏହାମଧ୍ୟରେ ପ୍ରଥମ ଫେଜ ପାଇଁ ୨୪ ଜୁଲାଇରୁ ପରୀକ୍ଷା କରାଯିବ । ତେବେ ଏମାନଙ୍କ ନିଯୁକ୍ତି ଡିସେମ୍ବରରେ ବାୟୁସେନାରେ କରାଯିବ । ଡିସେମ୍ବର ୩୦ରୁ ଅଗ୍ନିବୀରମାନଙ୍କୁ ଟ୍ରେନିଙ୍ଗ ଦିଆଯିବ ।

ଜୁନ ୨୫ ତାରିଖରୁ ନୌସେନା ପାଇଁ ବିଜ୍ଞାପନ ଜାରି କରାଯିବ । ୧ ମାସ ମଧ୍ୟରେ ନୌସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଇଣ୍ଡିଆନ ଆର୍ମିରେ ଅଗ୍ନିବୀରଙ୍କୁ ଭର୍ତ୍ତି କରିବା ପାଇଁ ଜୁଲାଇ ୧ ତାରିଖରୁ ନୋଟିଫିକେସନ ଜାରି କରାଯିବ । ଏଥିପାଇଁ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଏକ ରାଲି କରାଯିବ ।

ଆର୍ମିରେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ ଡିସେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଆସିପାରେ ।

Get real time updates directly on you device, subscribe now.