fbpx

ନୂତନ ସଂସଦ ଭବନରେ ବସିବ ସଂସଦର ଶୀତକାଳୀନ ଅଧିବେଶନ, ଏହି ତାରିଖରେ ସରିବ ନିର୍ମାଣ

AAKASH

ନୂଆଦିଲ୍ଲୀ: ନୂତନ ସଂସଦ ଭବନରେ ବସିବ ସଂସଦର ଶୀତକାଳୀନ ଅଧିବେଶନ । ରବିବାର ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ସେ କହିଛନ୍ତି ସଂସଦର ଶୀତକାଳୀନ ଅଧିବେଶନ ସଂସଦର ନୂତନ ଭବନରେ କରାିବାକୁ ପ୍ରୟାସ ଜାରି ରହିଛି । ନୂତନ ଭବନରେ ଆତ୍ମ ନିର୍ଭର ଭାରତର ପ୍ରତିଛବି ଦେଖିବାକୁ ମିଳିବ । ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା ଦୃଷ୍ଟିରୁ ଏହି ନୂତନ ଭବନ ପୁରୁଣା ଭବନଠୁ ବହୁ ଆଗରେ ରହିଛି । ତେବେ ସଂସଦର ପୁରୁଣା ଭବନ ମଧ୍ୟ ଏହାର ଅଂଶ ରହିବ ବୋଲି ବାଚସ୍ପତି କହିଛନ୍ତି ।

ଏକ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ସଂସଦର ଉତ୍ପାଦ ବଢୁଥିବା କହିଛନ୍ତି ବାଚସ୍ପତି । ସମସ୍ତଙ୍କ ସହୋଗରେ ଗୃହର ତତ୍ପାଦ ଏତେ ଅଧିକ ରହିଛି ଯେ, ଏବେ ଗୃହ କାର୍ଯ୍ୟ ବିଳମ୍ବିତ ରାତି ଯାଏଁ ଚାଲୁଛି । ସମସ୍ତ ଦଳଗୁଡିକୁ ନିଜ ନିଜର ନେତାଙ୍କ ଆଲୋଚନା କରିବା ଉଚିତ୍ । ମୁଁ ମଧ୍ୟ ସମୟ ସମୟରେ ପାର୍ଟି ନେତାଙ୍କ ସହ ଆଲୋଚନା କରିଥାଏ । ଗୃହ କାର୍ଯ୍ୟ ସୂଚାରୁ ରୂପେ ଚାଲୁ ଏବଂ ମର୍ଯ୍ୟାଦା ବଜାୟ ରହୁ ବୋଲି ଓମ ବିର୍ଲା କହିଛନ୍ତି ।

ମେ ମାସରେ ଦିଲ୍ଲୀ ପ୍ରଦେଶ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସାଂପ୍ରଦାୟିକ ସଦ୍ଭାବକୁ ନେଇ ସନ୍ଦେଶ ଠାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମନରେ ନୂତନ ସଂସଦ ଭବନର ନାମକରଣ କରିବାକୁ ଅପିଲ୍ କରିଥିଲେ । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀ ସିଂହ ପୁରୀଙ୍କ ମୁତାବକ ନୂତନ ସଂସଦ ଭବନର ନିର୍ମାଣ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ସୂଂର୍ଣ୍ଣ ହୋଇଯିବ ।

Get real time updates directly on you device, subscribe now.