fbpx

ହେଲମେଟ ନଥିଲା ବୋଲି ଗୁଳି କରି ଦେଲେ ପୋଲିସବାବୁ: ଚେକିଙ୍ଗ ବାହାନରେ ଦବଙ୍ଗଗିରି

Advertisement

ବିହାର: ବିଭିନ୍ନ ସମୟରେ କିଛି ପୋଲିସକର୍ମୀଙ୍କ ଦବଙ୍ଗଗିରିର ଶିକାର ହୋଇଥାନ୍ତି ସାଧାରଣ ଜନତା । ବିନା କାରଣରେ କିମ୍ବା ଛୋଟ ଭୁଲ ପାଇଁ ଜଣେ ନିର୍ଦୋଷ ଉପରେ ନିଜ ପାୱାରର ଦମ୍ ଦେଖାଉଛନ୍ତି ପୋଲିସବାବୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ । ହେଲମେଟ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ଗୁଳି କରିଛନ୍ତି ଜଣେ ପୋଲିସ କର୍ମଚାରୀ । ଏହି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ପରେ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ବିହାର ଜାହାନାବାଦ ଜିଲ୍ଲା ଅନନ୍ତପୁର ଗ୍ରାମ ନିକଟରେ ପୋଲିସ ତରଫରୁ ଚେକିଙ୍ଗ ଜାରି ରହିଥିଲା । ଏହି ଚେକିଙ୍ଗ ଦାୟିତ୍ୱରେ ରହିଥିଲେ ଓକ୍ରି ଥାନା ଅଧିକାରୀ ଚନ୍ଦ୍ରହାସ କୁମାର । କିନ୍ତୁ ବାବୁଙ୍କ ଚେକିଙ୍ଗର ଷ୍ଟାଇଲ ଥିଲା ଖୁବ ଅଲଗା । ପୋଲିସପଣିଆର ରୋବାବ ଦେଖାଇ ଗୁଳି ଆଉ ବନ୍ଧୁକରେ କଥାବାର୍ତ୍ତା କରୁଛନ୍ତି ପୋଲିସବାବୁ । ଯାହାର ଉଦାହରଣ ସଭାପତିଙ୍କ ବିରୋଧରେ ହୋଇଥିବା ସଂଘାତିକ ଅଭିଯୋଗରୁ ଜଣାପଡୁଛି । ଅଭିଯୋଗ ଅନୁସାରେ ଏହି ଚେକିଙ୍ଗ ବେଳେ ଥାନା ଅଧିକାରୀ ଚେକିଂ ବାହାନାର ଜଣେ ବ୍ୟକ୍ତିଙ୍କୁ ଗୁଳି କରି ଦେଇଛନ୍ତି । ପୋଲିସବାବୁଙ୍କ ଗୁଳିର ଶିକାର ହୋଇ ଗୁରୁତର ଅବସ୍ତାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସୁଧୀର କୁମାର ।

ହେଲମେଟ ଚେକିଙ୍ଗ ସମୟରେ ସୁଧୀର ସେହି ରାସ୍ତା ଦେଇ ଯାଉଥିଲେ । ତେବେ ସେ ହେଲମେଟ ପିନ୍ଧି ନଥିବା ବେଳେ ତାଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ନଥିଲା । ତେଣୁ ପୋଲିସକୁ ଡରି ସେ ଚେକିଙ୍ଗ ହେଉଥିବା ସ୍ଥାନରୁ ଫେରି ପଳାଇଥିଲେ । ଏହା ଦେଖି ଥାନାବାବୁ ତାଙ୍କର କିଛି ବାଟ ପିଛା କରିଥିଲେ । କିନ୍ତୁ ଏହାପରେ ସୁଧୀରଙ୍କ ଉପରକୁ ଗୁଡିମାଡ କରିଥିବା ନେଇ ତାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଘୋସି ସର୍କଲ ଇନ୍ସପେକ୍ଟର ତଥା ଉପଖଣ୍ଡ ପୋଲିସ ଅଧିକାରୀ ଅଶୋକ କୁମାର ପାଣ୍ଡେଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିସବିତ ଅବସ୍ତାରେ ରହିଛନ୍ତି ସୁଧୀର ।

Get real time updates directly on you device, subscribe now.