fbpx

ଭାରତ ବନ୍ଦ ଡାକରା, ରାଜଧାନୀ ଜଗିବେ ୧୫ପ୍ଲାଟୁନ ପୋଲିସ

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୨୪ଘଣ୍ଟିଆ ଭାରତ ବନ୍ଦ ହେବ । ଏହି ବନ୍ଦ ଡାକରା ନେଇ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି  ।  ଏନେଇ ବିଭିନ୍ନ ଛକରେ ପୋଲିସ ମୁତୟନ ହେବେ । ଏହାସହ ୧୫ପ୍ଲାଟୁନ ପୋଲିସ ରାଜଧାନୀରେ ରହିବେ ।  ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜୁ ଏବଂ ତା ଉପରେ ନଜର ରଖାଯିବ । ରେଳ ଓ ବସ୍ ଚଳାଚଳ ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ସଚିବାଳୟ, ବିମାନବନ୍ଦରରେ ପୋଲିସ ମୁତୟନ ରହିବେ ।

Get real time updates directly on you device, subscribe now.