fbpx
BJD SKY
BJD SKY

(Video) ଭଗବାନଙ୍କୁ ବି ଛାଡ଼ିଲେନି! ଘରର ମନ୍ଦିରରେ ଲୁଚାଇଥିଲେ ବେଆଇନ ମଦ, ଏପରି ଖୋଜିଲା ପୋଲିସ

BJD

ମଦ ଚୋରା ଚାଲାଣକାରୀମାନେ ବେଆଇନ ମଦ ବିକ୍ରି ପାଇଁ ଅନେକ ଅଜବ ଆଇଡିଆ ବାହାର କରନ୍ତି । କେତେକ ଲୋକ ଗାଡ଼ିର ଡୋରରେ ଲୁଚାଇ ରଖନ୍ତି ତ’ ଆଉ କେଉଁ ସ୍ଥାନରେ ହ୍ୟାଣ୍ଡ ପମ୍ପରୁ ମଦ ବାହାରେ । ବର୍ତ୍ତମାନ ଏହି ମଦ ଚୋରା ଚାଲାଣ ସହ ଜଡିତ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛିି । ଏହି ଭିଡିଓରେ ପୋଲିସ ଟିମ୍ ବେଆଇନ ମଦ ପାଇଁ ଏକ ଘର ଉପରେ କରୁଛି ଏବଂ ଏହି ସମୟ ମଧ୍ୟରେ ସେମାନେ ମନ୍ଦିର ତଳେ ଥିବା ଏକ ବାକ୍ସରେ ମଦ ବୋତଲ ପାଇଛନ୍ତି । ଏଭଳି ଘଟଣା ମହାରାଷ୍ଟ୍ରରେ ଘଟିଥିବା ଜଣାପଡିଛି ।

ବେଆଇନ ମଦ ଖୋଜିବା ପାଇଁ ମହାରାଷ୍ଟ୍ରର ୱାର୍ଡ଼ରେ ଥିବା ଏକ ଘରେ ପହଞ୍ଚିଥିଲା ପୋଲିସ । ଘରେ ଥିବା କାଠ ମନ୍ଦିର ତଳେ ଡ୍ରୟାରରେ ବହୁ ମଦ ବୋତଲ ଲୁଚି ରହିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲା । ସେଠାରେ ଜଣେ ମହିଳା ବେଆଇନ ମଦ ବିକ୍ରି କରୁଥିଲେ । ପୋଲିସର ଚଢ଼ାଉକୁ ଏଡାଇବା ପାଇଁ ସେ ବୋତଲଗୁଡ଼ିକୁ ମନ୍ଦିର ତଳେ ଲୁଚାଇ ରଖିଥିଲେ । ଯେତେବେଳେ କେହି ପୋଲିସକୁ ସୂଚନା ଦେଇଥିଲେ, ପୋଲିସ ଘରେ ପହଞ୍ଚି ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଅନେକ ବୋତଲ ମଦ ଜବତ କରିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭାଇରାଲ ଭିଡିଓ…

ରିପୋର୍ଟ ଅନୁଯାୟୀ, ପୋଲିସ ସୂଚନା ପାଇଥିଲା ଯେ ଜଣେ ମହିଳା ମନ୍ଦିର ତଳେ ନିର୍ମିତ ବାକ୍ସରେ ମଦ ବୋତଲ ଲୁଚାଉଥିଲେ, ଯାହା ଦ୍ୱାରା ପୋଲିସ ଚଢ଼ାଉ କଲେ କିଛି ପାଇବ ନାହିଁ । ଏହି ଚଢ଼ାଉରେ ଉଦ୍ଧାର ହୋଇଥିବା ବୋତଲଗୁଡ଼ିକୁ ପୋଲିସ ଜବତ କରିଛି । ଏବେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି । ପୋଲିସ୍ ସନ୍ଦେହ କରୁଛି ଯେ, ଏହିପରି ଅନେକ ଲୋକ ଅଜବ ଆଇଡିଆ ବ୍ୟବହାର କରି ବେଆଇନ ମଦ କାରବାରରେ ଜଡିତ ଅଛନ୍ତି । ତେଣୁ ପୋଲିସ ଆକ୍ସନ ମୋଡକୁ ଆସି ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.