fbpx
BSKY
BJD MC SKY
BJD MS SKY

ଆସିଲା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଖୋଲିଲା ମୃତ୍ୟୁର ରହସ୍ୟ

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଏବେ ଖୋଲିବାକୁ ଯାଉଛି । କ୍ୟାପିଟାଲ ହସ୍ପିଟାଲ ତରଫରୁ ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି । କିପରି ଏବଂ କେବେ ରାଇମୋହନଙ୍କର ମୃତ୍ୟୁ ଘଟିଛି ଏହାର ସ୍ପଷ୍ଟ ସୂଚନା ଦେଇଛି କ୍ୟାପିଟାଲ ହସ୍ପିଟାଲ । ପୋଷ୍ଟମର୍ଟମ ରିପୋର୍ଟରୁ ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିଛି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ହୋଇଯିବାରୁ ଅଭିନେତା ରାଇମୋହନଙ୍କର ମୃତ୍ୟୁ ହୋଇଛି । ଏ ନେଇ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ତରଫରୁ କମିଶନରେଟ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ରାଇମୋହନଙ୍କ ଶ୍ୱାସରୁଦ୍ଧ ହେବା ସହ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ତେବେ ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏହି ଦ୍ପନ୍ଦ୍ୱକୁ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଅଭିନେତାଙ୍କ ଦେହରେ ହୋଇଥିବା କ୍ଷତ ଚିହ୍ନ ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ ଯୋଗୁଁ ହୋଇତିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ।

Get real time updates directly on you device, subscribe now.