fbpx

ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣା: ଥାନାରେ ହାଜର ହେଲେ ବୟଫ୍ରେଣ୍ଡ ସୌମ୍ୟ, ପୋଲିସ ପଚାରିଲା ୧୭ଟି ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କ ଅଡ଼ୁଆ ବଢ଼ିଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ପୂର୍ବରୁ ପୋଲିସ ନୋଟିସ ପଠାଇଥିବା ବେଳେ ୩୦୬ ଧାରା ଲଗାଇଥିଲା । ସୌମ୍ୟଜିତଙ୍କ ନାମରେ ଶ୍ୱେତାଙ୍କ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ ।

ତେବେ ଏହା ମଧ୍ୟରେ ସୌମ୍ୟଜିତ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି । ସୌମ୍ୟଙ୍କୁ ପୋଲିସ ୧୭ଟି ପ୍ରଶ୍ନ ପଚାରିଥିବା ବେଳେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ତେବେ ଆବଶ୍ୟକ ପଡ଼ିଲେ ପୁଣି ଥରେ ସୌମ୍ୟଙ୍କୁ ଥାନାରେ ହାଜର ହେବାକୁ ପଡ଼ିପାରେ । ଶ୍ୱେତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କର ବାପା ଅଭିଯୋଗ କରିଥିଲେ । ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ସୌମ୍ୟଜିତ ଦାୟୀ । ସୌମ୍ୟଙ୍କ ପରିବାର ଲୋକେ ଶ୍ୱେତାଙ୍କ ସହ ବିବାହ ପାଇଁ ୩୦ ଲକ୍ଷ ଯୌତୁକ ଦାବି କରିଥିବା ଶ୍ୱେତାଙ୍କ ଭାଇ ଅଭିଯୋଗ କରିଥିଲେ ।

ଅନ୍ୟପଟେ ଏହି ଘଟଣାରେ ସୌମ୍ୟଜିତଙ୍କୁ ନେଇ ଆସିଛି ଏକ ସିସିଟିଭି ଫୁଟେଜ୍ । ଏହି ଫୁଟେଜ ସୌମ୍ୟଙ୍କ ସମ୍ବଲପୁର ସ୍ଥିତ ବାସଭବନରୁ ଆସିଛି । ରାତିରେ ସୌମ୍ୟ ଜଣେ ଯୁବକଙ୍କ ସହ ଗାଡ଼ିରେ କୁଆଡ଼େ ଯାଇଥିବା ଫୁଟେଜରେ ଦେଖାଯାଉଛି । ତେବେ ସୌମ୍ୟ କାହା ସହ, କୁଆଡ଼େ ଓ କାହିଁକି ରାତିରେ ଯାଇଥିଲେ ସେନେଇ ଏବେ ଉଠିଛି ପ୍ରଶ୍ନ ।

Get real time updates directly on you device, subscribe now.