fbpx

(video)ମନ୍ତ୍ରୀଙ୍କୁ ଗୁଳିମାଡ କରିଲେ ପୋଲିସ କର୍ମୀ, କାରଣ ଅସ୍ପଷ୍ଟ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଆଉ କେହି ନୁହନ୍ତି ବରଂ ପୋଲିସ କର୍ମୀ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା ପରେ ମନ୍ତ୍ରୀଙ୍କ ଦେହରେ ଗୋଡିଏ ଗୁଳି ବାଜିଥିଲା । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ତେବେ ମନ୍ତ୍ରୀଙ୍କ ଛାତିରେ ଏହି ଗୁଳିବାଜିଛି ।

ଏହା ପରେ ମନ୍ତ୍ରୀଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହା ପରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ଷଡ଼ଯନ୍ତ୍ର ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।
କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗାନ୍ଧୀଛକ ନିକଟରେ ଏହି ଦୁବୁର୍ତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି । ଗାନ୍ଧୀଛକ ଫାଣ୍ଡିରେ ଗୋପାଳ ଦାସ କାର୍ଯ୍ୟ କରନ୍ତି । ତେବେ କେଉଁ କାରଣରୁ ସେ ଏହି ଭଳି ଘଟଣା ଘଟାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ । ତେବେ ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ ଆରମ୍ଭ ହେବା ସହ ସବୁ ସତ୍ୟାସତ ସାମ୍ନାକୁ ଆସିବ ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.